ଆମ୍ମାଙ୍କ ମୃତ୍ୟୁ ରହସ୍ୟକୁ ଦୂର କଲେ ମେଡିକାଲ କର୍ତୃପକ୍ଷ । କହିଲେ ଅଂଗପ୍ରତ୍ୟଂଗ ଅଚଳ ହେବା ଯୋଗୁଁ ହୋଇଛି ମୃତ୍ୟୁ

18

କନକ ବ୍ୟୁରୋ: ତାମିଲନାଡୁର ପୁର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁକୁ ନେଇ ଲାଗିରହିଥିବା ରହସ୍ୟକୁ ଦୂର କରିଛନ୍ତି ଆପୋଲୋ ମେଡିକାଲ କର୍ତୃପକ୍ଷ । ଆପୋଲୋ ମେଡିକାଲର ଡାକ୍ତର ରିଚାର୍ଡ ବେଲ୍ କହିଛନ୍ତି ଯେ ଅଂଗପ୍ରତ୍ୟଂଗ ଅଚଳ ହେବା ଯୋଗୁଁ ଜୟଲଳିତାଙ୍କ ମୃତ୍ୟୁ ହୋଇଛି । ଜୟଲଳିତାଙ୍କ ମୃତ୍ୟୁର ଦୁଇମାସ ପରେ ଚେନ୍ନାଇରେ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତର ରିଚାର୍ଡ ବେଲ୍ ମୃତ୍ୟୁର କାରଣ ସ୍ପଷ୍ଟ କରିଛନ୍ତି ।

ଡାକ୍ତର କହିଛନ୍ତି ଯେ ଜୟଳଲିତା ଡାଏବେଟିସରେ ଗଂଭୀର ଭାବେ ସଂକ୍ରମଣର ଶିକାର ହୋଇଥିଲେ । ଯାହାଫଳରେ ତାଙ୍କ ଶରୀରର ଅନେକ ଅଂଗପ୍ରତ୍ୟଂଗ ଅଚଳ ହୋଇଯାଇଥିଲା । ଏଥିରେ କୈାଣସି ଷଡଯନ୍ତ୍ର ନଥିବା ଡାକ୍ତର ରିଚାର୍ଡ ବେଲ କହିଛନ୍ତି । ସେ କହିଛନ୍ତି ଯେ ଜୟଲଳିତାଙ୍କ ରକ୍ତରେ ସଂକ୍ରମଣ ହେବା ସହ ସଂକ୍ରମିତ ରକ୍ତ ଶରୀର ସାରା ବ୍ୟାପି ଯାଇଥିଲା । ଫଳରେ ଜୟାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ।