ରାଇରଙ୍ଗପୁର କଲେଜ ଛାତ୍ରୀନିବାସରେ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ : ୩ଜଣଙ୍କୁ ଗିରଫ କଲା ପୋଲିସ୍, ଅବହେଳା ଅଭିଯୋଗରେ ଆଇଆଇସିଙ୍କ ବଦଳି, ତଦନ୍ତକାରୀ ଅଧିକାରୀ ନିଲମ୍ବିତ ।

411

କନକ ବ୍ୟୁରୋ: ରାଇରଙ୍ଗପୁର କଲେଜ ଛାତ୍ରୀନିବାସରେ ଅଧ୍ୟାପିକାଙ୍କ ସଂଦେହଜନକ ମୃତ୍ୟୁକୁ ନେଇ ତନାଘନା କଲା ମୟୂରଭଞ୍ଜ ପୋଲିସ୍ । ଏନେଇ ମାମଲା ରୁଜୁ କରିବା ସହ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରିଛି ମୟୂରଭଞ୍ଜ ପୋଲିସ୍ । ଏବଂ ଅନ୍ୟ ତିନି ଜଣ ଫେରାର ହୋଇଯାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି । ତେବେ ଅଧ୍ୟପିକାଙ୍କୁ ହତ୍ୟା କରାଯାଇଛି ନା, ସେ ଆତ୍ମହତ୍ୟା କରିଛନ୍ତି ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।

ସୂଚନା ଅନୁସାରେ କାଳୀପୂଜା ସମୟରେ ଅଧ୍ୟାପିକା ଜଣଙ୍କୁ ତାଙ୍କ ଭାଉଜଙ୍କ ଭାଇ ଦୁଷ୍କର୍ମ କରିବା ନେଇ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ । ରାଇରଙ୍ଗପୁର କଲେଜ ହଷ୍ଟେଲରୁ ଅଧ୍ୟାପିକାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏବଂ ଅଧ୍ୟାପିକାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ହେଲେ ଝାରପୋଖରିଆ ଥାନା ପୁଲିସ କାର୍ଯ୍ୟାନୁଷ୍ଠନ ନେବାରେ ଅବହେଳା କରିଥିଲେ । ଏନେଇ ମାନସିକ ଚିନ୍ତାରେ ଥିଲେ ଅଧ୍ୟାପିକା । ଯାହାକୁ ନେଇ ଅଧ୍ୟାପିକା ଜଣଙ୍କ ଏଭଳି ଚରମ ନିଷ୍ପତି ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ବର୍ତ୍ତମାନ ଅଧ୍ୟାପିକାଙ୍କର ମୃତ୍ୟୁ ହେବା ପରେ ଏହି ଘଟଣାକୁ ଗରୁତର ସହ ନେଇ ମୟୂରଭଞ୍ଜ ଏସପି ନିଜେ ତଦନ୍ତ କରିବା ସହ ଆଜି ମୟୂରଭଂଜ ଏସପି ଝାରପୋଖରିଆ ଥାନା ଆଇଆଇସିଙ୍କୁ ଏସପି ଅଫିସକୁ ବଦଳି କରିଛନ୍ତି । ଏହା ସହ ମାମଲାର ତଦନ୍ତାକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଲମ୍ୱିତ କରିଛନ୍ତି ।