ହ୍ରଦ ଭିତରେ ଅମାପ ଧନ , ଆଉ ସୁରକ୍ଷାରେ ନାଗ ଦେବତା ! ଭାରତର ଏଭଳି ଏକ ରହସ୍ୟ ହ୍ରଦ ଯେଉଁଠି ବହୁ ପୁରାତନ କାଳରୁ ପଡିଛି ସୂର୍ଣ୍ଣ ଆଭୁଷଣ କିନ୍ତୁ …

1,915

ପୁରାତନ ଧର୍ମଗ୍ରନ୍ଥରେ ନାଗ ପୂଜାର ବିଧିବିଧାନ ସମ୍ପର୍କରେ ଜାଣିବାକୁ ମିଳିଥାଏ । ଆଜିର ସମୟରେ ମଧ୍ୟ କିଛି ପାହାଡିଆ ଅଞ୍ଚଳରେ ନାଗ ପୂଜାକୁ ଉତ୍ସବ ଭଳି ଲୋକମାନେ ପାଳନ କରିଥାନ୍ତି । କେଉଁ କେଉଁ ସ୍ଥାନରେ କୁଳଦେବତା ରୁପେ ନାଗରାଜଙ୍କୁ ପୂଜା କରାଯାଏ ତ ଆଉ କେଉଁଠି ମନ୍ଦିର କିମ୍ବା ଠାକୁରଙ୍କ ଗହଣାର ସୁରକ୍ଷା ଦେଉଥିବା ଦେବତା ରୁପେ ପୂଜା କରାଯାଏ । ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରୁ ପ୍ରାୟ ୭୦ କି.ମି. ଦୂରତାରେ ଏଭଳି ଏକ ହ୍ରଦ ରହିଛି ଯେଉଁଠାରେ ପାଣି ତଳେ ଲୁଚିଥିବା ଗହଣା ଉପରକୁ ଦେଖାଯାଉଛି ।

 

କିନ୍ତୁ ଲୋକଙ୍କ ମାନ୍ୟତା ଅନୁସାରେ , ନାଗ ଦେବତାଙ୍କ ସୁରକ୍ଷାରେ ସୁବର୍ଣ୍ଣକୁ କେହି ଛୁଇଁବା ପାଇଁ ବି ସାହାସ କରିନାହାଁନ୍ତି । ଯିଏ ହ୍ରଦରୁ ଗହଣା ବାହାର କରିବାକୁ ସାହାସ କରିଛି ତାକୁ ଲୋକମାନେ ଗାଁରେ ଦେଖିନଥିବା କଥା କୁହନ୍ତି । ମଣ୍ଡି ଜିଲ୍ଲାର କମରାହ୍ ନାମକ ସ୍ଥାନର ଘଞ୍ଚ ଜଙ୍ଗଲର ପାହାଡ ଉପରେ ରହିଛି କମରୁନାଗ ମନ୍ଦିର । ଏଠାରେ କମରୁନାଗ ହ୍ରଦର ରହସ୍ୟ ମହାଭାରତ କାଳର ବୋଲି ପୁରାତନ ତତ୍ତ୍ୱବିତ୍ ମାନେ କୁହନ୍ତି । ପ୍ରତିବର୍ଷ ଜୁଲାଇ ମାସରେ ସରାହନାହୁଲୀ ମେଳା ଆୟୋଜନ କରାଯାଇ ଏଠାରେ ନାଗ ଦେବତାଙ୍କ ବିଶେଷ ପୂଜା କରାଯାଏ ।

ଭକ୍ତମାନେ କେଉଁ କାଳରୁ କମରୁନାଗ ହ୍ରଦରେ ସୁନା,ରୂପା,ଟଙ୍କା ଏବଂ ଆଭୁଷଣ ପରମ୍ପରା ଅନୁସାରେ ହ୍ରଦରେ ପକାଇ ଆସୁଛନ୍ତି । ମାନସିକ ସମ୍ପର୍ଣ୍ଣ ହେବା ପରେ ଶ୍ରଦ୍ଧାଳୁ ଏଠାରେ ମୂଲ୍ୟବାନ ଧାତୁ କିମ୍ବା ଟଙ୍କା ହ୍ରଦରେ ଚଢାଇଥାନ୍ତି । ପାହାଚ ଉପରେ ଠିଆ ହୋଇ ପାଣିକୁ ଦେଖିଲେ ଏହି ଆଭୁଷଣ ଏବଂ ଟଙ୍କା ଉପରକୁ ସଫା ଦେଖାଯାଏ । କିନ୍ତୁ ଏହି ମୂଲ୍ୟବାନ ଆଭୁଷଣର ରକ୍ଷଣାବେକ୍ଷଣ ପାଇଁ ଏଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ସାକ୍ଷାତ କମରୁନାଗ ଦେବତା ସୁରକ୍ଷା ଦାୟିତ୍ୱ ନେଇଛନ୍ତି ବୋଲି କୁହନ୍ତି ଶ୍ରଦ୍ଧାଳୁ ।

ପୌରାଣିକ ମାନ୍ୟତା ଅନୁସାରେ ହ୍ରଦରେ ଥିବା ମୂଲ୍ୟବାନ ଧାତୁ ହେଉଛି ପାଣ୍ଡବଙ୍କ ସମ୍ପତ୍ତି ଯାହାକୁ ସେମାନେ କମରୁନାଗ ଦେବତାଙ୍କୁ ସମର୍ପଣ କରିଥିଲେ । ଗ୍ରାମବାସୀଙ୍କ କହିବାନୁସାରେ , ଦୁଇ ଦୁଇଥର ଏହି ଗହଣାକୁ ଚୋରୀ କରିବାକୁ ଆସି ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥିଲା ।