ରହସ୍ୟମୟୀ ଯୁବତୀ ! ରାହୁଲଙ୍କ ପ୍ରେମିକା ନା’ ବାନ୍ଧବୀ . . . ସାମ୍ନାକୁ ଆସିଲା ସତ

52

ନିକଟରେ କଂଗ୍ରେସ୍ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କ ଦୁଇଟି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଗୋଟିଏ ଫଟୋରେ ଦେଖିବାକୁ ମିଳିଥିଲା ରାହୁଲ୍ ତାଙ୍କର ୩ ଜଣ ବିଦେଶୀ ବନ୍ଧୁଙ୍କ ସହ ବସିଥିଲେ । ଆଉ ଦ୍ୱିତୀୟ ଫଟୋରେ ଥିଲେ ଜଣେ ଇଟାଲିୟନ୍ ଯୁବତୀ ଯିଏ କି ରାହୁଲଙ୍କ ସହ ଏକ କାରରେ ବସିଥିଲେ । ତେବେ ରାହୁଲଙ୍କ ଦ୍ୱିତୀୟ ଫଟୋଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଫଟୋ ଆସିବା ପରେ ଅନେକ ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା । କେହି କହୁଥିଲେ ଯୁବତୀ ଜଣଙ୍କ ରାହୁଲଙ୍କ ବିଦେଶୀ ପ୍ରେମିକା ।

ତେବେ କିଏ ଏହି ରହସ୍ୟମୟୀ ମହିଳା । ରାହୁଲଙ୍କ ପ୍ରେମିକା ନା ବାନ୍ଧବୀ । ସାମ୍ନାକୁ ଆସିଛି ସତ । ଏବିପି ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯୁବତୀ ଜଣଙ୍କ ରାହୁଲଙ୍କ ପ୍ରେମିକା ନୁହଁନ୍ତି । ବରଂ ତାଙ୍କର ପାରିବାରିକ ବନ୍ଧୁ । ତେବେ ପୂର୍ବତନ କଂଗ୍ରେସ୍ ଲିଡର୍ ବର୍ଖା ଶୁକ୍ଳା ଖପ୍ପା ହୋଇ ଏହି ସବୁ ଫଟୋ ଗୁଡିକୁ ସୋସିଆଲ୍ ମିଡିଆରେ ଛାଡିଥିଲେ । କାରଣ ସେ ରାହୁଲଙ୍କୁ ଦେଖାକରିବାକୁ ଚାହୁଁଥିଲେ । କିନ୍ତୁ ଦେଖା ହୋଇ ନପାରିବାରୁ ଖପ୍ପା ହୋଇ ଏପରି ପଦକ୍ଷେପ ନେଇଥିଲେ । ଫଟୋ ଗୁଡିକ ଅପଲୋଡ୍ କରିବା ପରେ ବର୍ଖାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି ।

ଏହା ସହ ଦେଖନ୍ତୁ ସିଦ୍ଧପୁରୁଷ ନା’ ଯାଦୁଗର ! କଣ ରହିଛି ସତ୍ୟସାଇଙ୍କ ସତ୍ୟତା