ଅସ୍ତରଙ୍ଗ ଗଙ୍ଗପୁରରେ ରହସ୍ୟମୟ ନିଆଁର ମିଳୁନି ଖିଅ: ହାତ ବାନ୍ଧି ବସିଛି ପ୍ରଶାସନ

34

ଅସ୍ତରଙ୍ଗ : କାହିଁକି ନିଆଁ ଲାଗୁଛି ଜଣାପଡୁନି କାରଣ । ଅସ୍ତରଙ୍ଗ ଗଙ୍ଗପୁର ଗାଁର ସାହୁ ପରିବାରରେ ଲାଗୁଥିବା ରହସ୍ୟମୟ ନିଆଁର ଖିଅ ମିଳୁନି । ୨୦ ଦିନ ଧରି ୩୨ ଥର ଲାଗିଲାଣି ନିଆଁ । ପ୍ରଶାସନ ହାତ ବାନ୍ଧି ବସିଥିବା ବେଳେ ବାବାଙ୍କ ଶରଣରେ ପଶିଛନ୍ତି ପରିବାର । ପରିବାରର ଜଣେ ମହିଳାଙ୍କ ମୁଣ୍ଡରେ ଦୋଷ ବୋଳିଛନ୍ତି ବାବା ।mysterious fireରହସ୍ୟମୟ ନିଆଁ ନେଇ ଗଣମାଧ୍ୟମରେ ଖବର ଛାଇ ରହିଥିବା ବେଳେ ପ୍ରଶାସନର ନିଦ ଭାଙ୍ଗିନାହିଁ । ଆଉ ୩୨ ଥର ନିଆଁ ଲାଗିବା ପରେ ଗୁଣିଆ ଶଙ୍କର ଦାସଙ୍କ ଶରଣରେ ପସିଛନ୍ତି ସାହୁ ପରିବାର । ପରିବାରର ଜଣେ ବୋହୂଙ୍କ ଯୋଗୁଁ ନିଆଁ ଲାଗୁଥିବା ଅଭିଯୋଗ କରିଛନ୍ତି ଏହି ତଥାକଥିତ ବାବା ଜଣକ  । ତାଙ୍କୁ ଏକ ଗୁହାଳ ଘରେ ବନ୍ଦ ରଖି ଚଳାଇଛନ୍ତି ମନ୍ତ୍ର ତନ୍ତ୍ର । ଫଳରେ ମହିଳାଙ୍କୁ ଅପବାଦର ବୋଝ ମୁଣ୍ଡାଇବାକୁ ପଡୁଛି । ନିଆଁ କିପରି ଲାଗୁଛି, କିଏ ଲଗାଉଛି, ଏହାର କାରଣ ନଖୋଜି ଦୋଷ ବୋଳା ଯାଇଛି ଉକ୍ତ ନିରୀହ ମହିଳାଙ୍କ ଉପରେ । ଯାହା ସହ ଘରେ ଲାଗୁଥିବା ରହସ୍ୟମୟ ନିଆଁ ଜାଳି ପୋଡି ଦେଇଛି ମହିଳାଙ୍କ ମାନ ସମ୍ମାନକୁ ।

ରହସ୍ୟମୟ ନିଆଁ ଯୋଗୁଁ ୨୦ ଦିନ ଧରି ଘାଂଟି ହେଉଛନ୍ତି ସାହୁ ପରିବାର । ପ୍ରତି ମୁହୂର୍ତରେ ଆଶଙ୍କା, କାଳେ କେଉଁଠି ଲାଗିଯିବ ଏହି ସର୍ବନାଶୀ ନିଆଁ । ରୋଷେଇବାସ ବନ୍ଦ, ଖିଆ ପିଆ ନାହିଁ । ଘରକୁ ଜଗି ରହିଛନ୍ତି ପରିବାର ଓ ଜ୍ଞାତି କୁଟୁମ୍ବ । ଆଗରୁ ଘର ବାହାରେ ଲାଗୁଥିଲା,ଏବେ ଘର ଭିତରେ ଜଳୁଛି ନିଆଁ । ଘରର ଆସବାବ ପତ୍ର ବାହାରକୁ ଆଣି ଘର ଛାଡି ଯିବାକୁ ପ୍ରସ୍ତୁତ ହେଉଛି ପରିବାର ।