ଆତଙ୍କ ଖେଳାଉଛି ରହସ୍ୟମୟ ରୋଗ ! ଅଜବ ଶବ୍ଦ ଶୁଣିବା ପରେ ବିନ୍ଧୁଛି ମୁଣ୍ଡ, ନିଜ କୂଟନୀତିଜ୍ଞଙ୍କ ଦେଶକୁ ଫେରାଇନେଲା ଆମେରିକା

27

ନିପା ଭାଇରସର ଆତଙ୍କ ଥମିବାର ନାଁ ନେଉନଥିବା ବେଳେ ଚୀନରେ ଆଉ ଏକ ରହସ୍ୟମୟୀ ରୋଗ ଲୋକଙ୍କ ଚିନ୍ତାର କାରଣ ବଢ଼ାଇଛି । ଚୀନର ଗ୍ୱାଆଙ୍ଗଝୋରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ନ୍ୟୁୟର୍କ ଟାଇମ୍ସ ଗଣମାଧ୍ୟମ ଅନୁଯାୟୀ, ଆମେରିକା ବାଣିଜ୍ୟ ଦୂତାବାସରେ କାମ କରୁଥିବା କୂଟନୀତିଜ୍ଞଙ୍କ ଏଭଳି ଅଭିଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଘରେ ଥିବା ବେଳେ ତାଙ୍କୁ ଏକ ଅଜବ ପ୍ରକାରର ଶବ୍ଦ ଶୁଣାଯାଉଛି । ଆଉ ଏହାପରେ ପ୍ରବଳ ଜୋରରେ ମୁଣ୍ଡବିନ୍ଧା ହେଉଥିବା କହିଛନ୍ତି ଆମେରିକୀୟ କୂଟନୀତିଜ୍ଞ ।
ଏଭଳି ଅଜବ ଶବ୍ଦ ଶୁଣିବା ପରେ ଆଉ ନିଦ ହୋଇନଥାଏ । ଏପରିକି ଶରୀର କିଛି ସମୟ ପାଇଁ ଥକିବା ଭଳି ଲାଗିଥାଏ । କିନ୍ତୁ ଚୀନ ବିଦେଶ ମନ୍ତ୍ରାଳୟର କହିବା ଅନୁଯାୟୀ, ଆମେରିକା କୂଟନୀତିଜ୍ଞ ଯେଉଁ ଅଭିଯୋଗ ଆଣିଥିଲେ ତାହାର ଯାଞ୍ଚ କରାଯାଇଥିଲା । କିନ୍ତୁ ସେଭଳି କୌଣସି ସଙ୍କେତ ମିଳିନଥିଲା । କିନ୍ତୁ ରୋଗରେ ପୀଡ଼ିତ ହୋଇଥିବା କୂଟନୀତିଜ୍ଞଙ୍କୁ ଦେଶକୁ ଫେରି ଆସିବାକୁ ଆମେରିକା ପକ୍ଷରୁ କୁହାଯାଇଛି ଓ ସମସ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଯାଉଛି ।

ଚୀନରେ ଏହି ରହସ୍ୟମୟୀ ରୋଗର ମାମଲା ପ୍ରଥମେ ୨୦୧୬ ମସିହାରେ ସାମ୍ନାକୁ ଆସିଥିଲା । ସେହି ସମୟରେ ହବାନାରେ ଥିବା ଆମେରିକା ଦୂତାବାସରେ କାର୍ଯ୍ୟ କରୁଥିବା ୨୪ ଜଣ ଲୋକ ଅଚାନକ ରୋଗରେ ପଡ଼ିଥିଲେ । ବେମାର ପଡ଼ିଥିବା ୨୪ ଜଣ ବ୍ୟକ୍ତି ମଧ୍ୟ ସେତେବେଳେ ସମାନ ଅଭିଯୋଗ ଆଣିଥିଲେ । ତାଙ୍କ କହିବା ଅନୁଯାୟୀ, ପ୍ରଥମେ ଏକ ଅଜବ ଧରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଆଉ ଏହାପରେ ମୁଣ୍ଡବିନ୍ଧା, ନିଦ୍ରାହୀନତା, କମ ଶୁଭିବା ଭଳି ସମସ୍ୟା ହୋଇଥିଲା ।