ରହସ୍ୟ ଘେରରେ ଖଣ୍ଡଗିରିର ଅନେକ ଗୁମ୍ଫା ! କ’ଣ ଅଛି ରହସ୍ୟମୟୀ ଗୁମ୍ପାରେ, ସନ୍ଧାନରେ ସାମିଲ ହେଲା କନକ ନ୍ୟୁଜ ?

163

କନକ ବ୍ୟୁରୋ : ଖଣ୍ଡଗିରିରେ ରହିଛି ଅନେକ ଗୁମ୍ଫାର ରହସ୍ୟ । ଏବେ ବି ଅନେକ ଗୁମ୍ଫାର ରହସ୍ୟ ଉପରେ ପର୍ଦ୍ଦା ଉଠିପାରିନାହିଁ । ତେବେ ଖଣ୍ଡଗିରି କୂମ୍ଭମେଳା ଅବସରରେ ଏହି ଗୁମ୍ଫାର ସନ୍ଧାନରେ ଯାଆନ୍ତି ସାଧୁସନ୍ଥ । ବିଶ୍ୱାସ ରହିଛି, ଏହିସବୁ ଗୁମ୍ଫାରେ ସାଧନା କଲେ ସିଦ୍ଧି ପ୍ରାପ୍ତ ହୁଏ । ସେହିପରି ଏକ ରହସ୍ୟମୟ ଗୁମ୍ଫା ସନ୍ଧାନରେ ସାମିଲ ହୋଇଥିଲା କନକ ନ୍ୟୁଜ୍ । ଏହିସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ କନକ ନ୍ୟୁଜ୍ ଟିମ୍ ଆରମ୍ଭ କରିଥିଲା ଗୁମ୍ଫାର ଅନୁସନ୍ଧାନ ।  ନାଗା ସନ୍ୟାସୀଙ୍କ ମତରେ ଖଣ୍ଡଗରିି ଜଗଂଲ ଭିତରେ ରହିଛି ୭୫୨ ଟି ଗୁମ୍ଫା । ହେଲେ ଏପର୍ଯ୍ୟନ୍ତ ଏହିସବୁ ଗୁମ୍ଫା ରହିଛି ରହସ୍ୟଘେରରେ । କୁହାଯାଏ ଖଣ୍ଡଗିରିକୁ କୁମ୍ବମେଳାରେ ଆସୁଥିବା ସାଧୁ ସନ୍ୟାସୀ ମାନେ ସେହି ଗୁମ୍ଫାରେ ତପସ୍ୟା କରି ସିଦ୍ଧି ପ୍ରାପ୍ତ କରିଥାନ୍ତି । ସେହି ଗୁମ୍ଫା ଅନୁସନ୍ଧାନରେ ନାଗା ସାଧୁଙ୍କ ସହ ବାହାରିଥିଲା କନକ ନ୍ୟୁଜ ।

ବାଟରେ ଥିଲା ଅନେକ ଚ୍ୟାଲେଂଜ । ରାତି ବଢୁଥିଲା, ଉତ୍କଣ୍ଠା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଥିଲା । ଘନ ଅନ୍ଧକାର ସାଙ୍ଗକୁ ଘଂଚ ଜଙ୍ଗଲ । ପାଖରେ ଥିଲା ଟର୍ଚ୍ଚ ଓ କ୍ୟାମେରା ଲାଇଟ୍ । ଜଙ୍ଗଲ ଭିତରେ ରାସ୍ତା ବାରିବା ଥିଲା କଷ୍ଟକର । ଏହା ସହ ବିଷଧର ସାପ ଓ ଜଙ୍ଗଲୀ ଜନ୍ତୁଙ୍କ ଭୟ । ଯେଉଁ ସାଧୁ ମାନେ ରାସ୍ତା ଜାଣିଥିଲେ ସେମାନେ ବି ବାଟବଣା ହୋଇଗଲେ ।

ପ୍ରଥମ ଦିନ ଅଭିଯାନ ଅଧିକ ଆଗକୁ ଯାଇନଥିଲା । କାରଣ ଆଗକୁ ବଢିବା ପାଇଁ ସାହାସ ଜୁଟାଇପାରିନଥିଲୁ । ପରଦିନ ପୁଣି ଥରେ ଆରମ୍ଭ ହୋଇଥିଲା ଅଭିଯାନ । ଅବଶ୍ୟ ତାହା ରାତି ନଥିଲା ଅପରାହ୍ଣରେ ଆରମ୍ଭ ହୋଇଥିଲା ଅଭିଯାନ । ହର ହର ମହାଦେବ ଧ୍ୱନିରେ କମ୍ପୁଥିଲା ପରିବେଶ । ଶେଷରେ ମହାକାଳୀଙ୍କ ଗୁମ୍ଫାରେ ପହଁଚିଥିଲା କନକ ନ୍ୟୁଜ । ମହାକାଳୀ ଗୁମ୍ଫାରେ ପହଁଚିବା ପରେ ଏହି ଗୁମ୍ଫାର ଅନେକ ରହସ୍ୟ ଉପରୁ ପର୍ଦ୍ଦା ହଟିଥିଲା ।

୭୫୨ ଗୁମ୍ଫା ନେଇ ଯେଉଁ ମତ ରହିଛି, ସେ ନେଇ ଅଧିକ ଗବେଷଣା ହେଲେ ଅନେକ ଲୁକାୟିତ ତଥ୍ୟ ପଦାକୁ ଆସିବ । କନକ ନ୍ୟୁଜ ଯେ କେବଳ ଏହି ଗୁମ୍ଫାର ରହସ୍ୟ ଭେଦ କରିଛି, ତାହା ନୁହେଁ, ଆକାଶ ଗଙ୍ଗା ଓ ଗୁପ୍ତ ଗଙ୍ଗା ସଂପର୍କରେ ମଧ୍ୟ ଅନେକ ତଥ୍ୟ ଓ ବିଶ୍ୱାସକୁ ଲୋକଲୋଚନକୁ ଆଣିପାରିଛି ।