ମହିଳାଙ୍କୁ ହୋଇଛି ଏଭଳି ଏକ ରୋଗ ଯେଉଁଥିରେ ମୂତ୍ରରୁୁ ବାହାରୁଛି ପୋକ ! ଡାକ୍ତର ଜାଣିପାରୁନାହାନ୍ତି ରୋଗ ।

323

ଆମେରିକାର ଜଣେ ୫୦ ବର୍ଷୀୟା ମହିଳାଙ୍କ କ୍ଷେତ୍ରରେ ଏକ ଅଜବ ରୋଗ ଦେଖାଗଲା । ଯେଉଁଥିରେ ପରିଶ୍ରା କରିବା ସମୟରେ ମୂତ୍ରାଶୟରେ ଅସୁବିଧା ଦେଖିବାକୁ ମିଳୁଥିଲା । କେବଳ ଏତିକି ନୁହେଁ କିଛି ଦିନ ପରେ ୟୁରିନ୍ ପାସ୍ ହେବାରେ ମଧ୍ୟ ଅସହ୍ୟ ଯନ୍ତ୍ରଣାର ସାମ୍ନା କରିବାକୁ ପଡିଥିଲା । ମହିଳା ଯେତେବେଳେ ଏଥିପ୍ରତି ଗୁରୁତ୍ୱ ଦେଲେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ମୂତ୍ରାଶୟରୁ କୀଟ ବାହାରୁଛନ୍ତି । ୩ ମାସ ପରେ ଚିକିତ୍ସାରେ ଅବହେଳା କରିବା ପରେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ପହଞô୍ଚଥିଲେ । ଡାକ୍ତର ଯେତେବେଳେ ଏହାର ଚିକିତ୍ସା କଲେ ସେତେବେଳେ ଜାଣିବାକୁ ପାଇଲେ ଯେ ଏହା କୌଣସି କୀଟ ନୁହଁ ବରଂ ଉଡୁଥିବା ଲାର୍ବା । ଯାହା ମହିଳାଙ୍କ ବ୍ଲେଣ୍ଡରରେ ଥିଲା । ଡାକ୍ତରଙ୍କ କହିବାନୁସାରେ ଏଭଳି ମାମଲା ଖୁବ୍ କମ୍ ଦେଖିବାକୁ ମିଳେ । ଘଟଣା ହେଉଛି ମ୍ୟାକ୍ସିକୋର । ରିପୋର୍ଟରେ ଡାକ୍ତର ଏହାକୁ ଉଡୁଥିବା ଡିପ୍ଟେରା ମାଛିର ଲାର୍ବା ବୋଲି କହିଥିଲେ । ତେବେ ମୂତ୍ରରେ ଏହି ଲାର୍ବାର ଉପସ୍ଥିତି ଏତେ ଅଧିକ ଥିଲା ଯେ ଏହାକୁ ଖାଲି ଆଖିରେ ମଧ୍ୟ ଦେଖା ଯାଇପାରୁଥିଲା ।

 

ପରେ ଆଉ ଏକ ରିପୋର୍ଟରେ ଏହି ରୋଗର ଅସଲ କାରଣ ଏବଂ ନାମ ସାମ୍ନାକୁ ଆସିଥିଲା । ଏହି ରୋଗର ନାଁ ହେଉଛି ମିୟାସିସ୍ । ଯେଉଁଥିରେ ପରଜୀବୀ ନିଜ ଲାର୍ବାର ସହାୟତାରେ ମନୁଷ୍ୟ ଶରୀରରେ ଟିସୁରେ ସଂକ୍ରମିତ ହୋଇଥାନ୍ତି ଏବଂ ଭିତରେ ଭିତରେ ଅଧିକ ହୋଇଯାନ୍ତି । ଡାକ୍ତରଙ୍କ କହିବାନୁସାରେ ଏହି ଇନଫେକସନ୍ ନାକ,ଆଖି,କାନ,ଚର୍ମ,ପେସେଜ୍ ଏରିଆ,ୟୁରିନ୍ ରାସ୍ତାରେ ହୋଇଥାଏ । କିନ୍ତୁ ଏଭଳି ଲାର୍ବା ବ୍ଲେଣ୍ଡରରେ ହେବା ଖୁବ୍ କମ୍ । ଏହି ଡିପ୍ଟେରା ମାଛି ଖୋଲା ହୋଇଥିବା କ୍ଷତସ୍ଥାନ କିମ୍ବା ଅସନା ସ୍ଥାନରୁ ଆସିଥାନ୍ତି । କଟା ହୋଇଥିବା ସ୍ଥାନରୁ ଏହି ମାଛି ସଂକ୍ରମିତ ହୋଇଥାନ୍ତି । ଡାକ୍ତରଙ୍କ କହିବାନୁସାରେ ୟୁରିନାରୀ ମାଏସିସ୍ ର ମଧ୍ୟ ସେତେବେଳେ ଅଧିକ ହୋଇଥାଏ ଯେତେବେଳେ ପୀଡିତ ଲୋକ ସେହି ପାଣିର ସେବନ କରେ ଯେଉଁଥିରେ ଏହି ମାଛି ଲାର୍ବା ଏବଂ ଅଣ୍ଡା ମିଶିଥାଏ । ଏହି ସ୍ଥିତି ଅଧିକତର ବିକାଶଶୀଳ ଦେଶରେ ହୋଇଥାଏ । ଡାକ୍ତରଙ୍କ କହିବାନୁସାରେ ପାଣି ମାଧ୍ୟମରେ ହିଁ ଏହି ରୋଗ ମହିଳାଙ୍କ ଭିତରକୁ ପ୍ରବେଶ କରିଥିଲା ।