ଏଚଆଇଭି ଠାରୁ ମଧ୍ୟ ଅଧିକ ବିପଦଜନକ ରୋଗ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ପାଲଟିଛି ଚିନ୍ତାର ବିଷୟ । ଜାଣି ରଖନ୍ତୁ ଏହାର ଚିକିତ୍ସା ପଦ୍ଧତି

55

ଅସୁରକ୍ଷିତ ଯୈାନ ସମ୍ବନ୍ଧ ରଖିବା ଦ୍ୱାରା ଏଚଆଇଭି ବ୍ୟତୀତ କେତେକ ଅନ୍ୟ ବିପଦଜନକ ଦୂରାରୋଗ୍ୟ ରୋଗ ହୋଇପାରେ । ଏହି ସମୟରେ ମାଇକ୍ରୋପ୍ଲେଜମା ଜେନିଟେଲିୟମ ନାମକ ଏକ ରୋଗ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଶେଷଜ୍ଞଙ୍କ କହିବାନୁସାରେ, ଏଚଆଇଭି ଭଳି ଏହି ରୋଗ ମଧ୍ୟ ଦ୍ରୁତ ଗତିରେ ବ୍ୟାପେ । ଆଶଙ୍କା ଅଛି କି, ଏହା ‘ସୁପରବଗ୍’ ସାବ୍ୟସ୍ତ ହୋଇପାରେ ।

ରୋଗର ପ୍ରାରମ୍ଭିକ ଲକ୍ଷଣ ଦେଖାଯାଏନି : ଏକ ରିପୋର୍ଟ ଅନୁସାରେ ‘ବ୍ରିଟିଶ ଆସୋସିଏସନ ଅଫ୍ ସେକ୍ସୁଆଲ ହେଲଥ୍ ଆଣ୍ଡ ଏଚଆଇଭି ’ ପରିସ୍ଥିତିର ଗମ୍ଭୀରତାକୁ ଦେଖି ରୋଗ ବିଷୟରେ ଆଡଭାଇଜରି ମଧ୍ୟ ଜାରି କରିଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ମାଇକ୍ରୋପ୍ଲେଜମା ଜେନିଟେଲିୟମ(ଏମଜି) ରୋଗର ପ୍ରାରମ୍ଭିକ ଲକ୍ଷଣ ନଥାଏ, କିନ୍ତୁ ଏହାଦ୍ୱାରା ମହିଳା ଓ ପୁରୁଷ, ଉଭୟଙ୍କ ଗୁପ୍ତାଙ୍ଗରେ ସଂକ୍ରମଣ ହୋଇପାରେ । ଏହା ଏତେ ବିପଦପୂର୍ଣ୍ଣ ଯେ, ଏହା ଦ୍ୱାରା ମହିଳାଙ୍କ ଠାରେ ପିଲା ଜନ୍ମ କରିବାର ସାମର୍ଥ୍ୟ ରହେନି । ଏହାର ପ୍ରାରମ୍ଭିକ ଲକ୍ଷଣ ସହଜରେ ବୁଝାପଡେନି, ସେଥିପାଇଁ ଏହାର ଚିକିତ୍ସା ବି ମୁସ୍କିଲ ଏବଂ ଚିକିତ୍ସା ଠିକ୍ ରେ ନହେଲେ ସେଥିରେ ଆଣ୍ଟିବାୟୋଟିକ୍ ର ପ୍ରଭାବ ବି କମିଯାଏ ।

କ’ଣ ଏହି ମାଇକ୍ରୋପ୍ଲେଜମା ଜେନିଟେଲିୟମ ? : ଏମଜି ଏକ ଜୀବାଣୁ, ଯେଉଁଥିରେ ପୁରୁଷ ଓ ମହିଳାଙ୍କ ପରିଶ୍ରା ରାସ୍ତା ଫୁଲିଯାଇପାରେ । ଏହାର ଫଳାଫଳ ଯନ୍ତ୍ରଣା, ରକ୍ତସ୍ରାବ ଓ ଜ୍ୱର ରୂପରେ ଦେଖିବାକୁ ମିଳେ । ଏଚଆଇଭି ଭଳି ଅସୁରକ୍ଷିତ ଯୈାନ ସମ୍ବନ୍ଧକୁ ଏହି ରୋଗର ସବୁଠାରୁ ବଡ କାରଣ କୁହାଯାଉଛି । ଏମିତିରେ କଣ୍ଡୋମ ବ୍ୟବହାର ହିଁ ସଂକ୍ରମଣକୁ ରୋକିବା ପାଇଁ ସବୁଠାରୁ ବଡ ଉପାୟ । ଏହି ରୋଗ ବିଷୟରେ ପ୍ରଥମ ଥର ବ୍ରିଟେନ୍ ରେ ୧୯୮୦ ଦଶକରେ ଜଣାପଡିଥିଲା । ସେହି ସମୟରେ କେବଳ ୧ରୁ ୨ ପ୍ରତିଶତ ଜନସଂଖ୍ୟା ହିଁ ପ୍ରଭାବିତ ଥିଲେ । ଏମଜିର ଯାଂଚ ପାଇଁ ନିକଟରେ କିଛି ଟେଷ୍ଟ କରାଯାଇଛି । କିନ୍ତୁ ଏହା ସମସ୍ତ ହସପିଟାଲରେ ଉପଲବ୍ଧ ନୁହେଁ । ଏହାର ଚିକିତ୍ସା, ଔଷଧ ଓ ଆଣ୍ଟିବାୟୋଟିକ୍ସ ଦ୍ୱାରା ସମ୍ଭବ ।

ଏହି ରୋଗର ଚିକିତ୍ସା ପାଇଁ ଆଣ୍ଟିବାୟୋଟିକ୍ କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିଲା, କିନ୍ତୁ ଦେଖିବାକୁ ମିଳୁଛି ଯେ, ଏହାର ଚିକିତ୍ସାରେ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ ‘ମେକ୍ରୋଲିଡସ୍’ ର ପ୍ରଭାବ ସାରା ଦୁନିଆରେ କମ୍ ହୋଇଛି । ବ୍ରିଟେନ୍ ରେ ଲୋକଙ୍କ ଉପରେ ଏହାର ପ୍ରଭାବ ପାଖାପାଖି ୪୦ ପ୍ରତିଶତ କମ୍ ଆସିଛି । ଅନ୍ୟ ଏକ ଆଣ୍ଟିବାୟୋଟିକ୍ ‘ଏଜିଥ୍ରୋମାଇସିନ୍’ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଛି । ଡା. ପିଟର ଗ୍ରୀନ ହାଉସଙ୍କ କହିବାନୁସାରେ , ଲୋକଙ୍କ ଠାରେ ଏମଜିକୁ ନେଇ ସଚେତନତା ହେବ , ତାହାର ନିବାରଣରେ ସେତିକି ଅଧିକ ସାହାଯ୍ୟ ମିଳିବ ।