ମିଆଁମାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

32

କନକ ବ୍ୟୁରୋ : ମୋଦିଙ୍କ ବ୍ରିକ୍ସ ଅଭିଯାନ ସଫଳ ହେବା ପରେ ମଙ୍ଗଳବାର ୨ ଦିନିଆ ମିଆଁମାର୍ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦ ପ୍ରସଙ୍ଗ ଉପରେ ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଘେରିବା ପରେ ଏବେ ଅନ୍ୟ ଏକ ପଡୋଶୀ ଦେଶ ମିଆଁମାର ସହ ସମ୍ପର୍କ ଦୃଢ କରିବା ପାଇଁ ମୋଦି ମିଆଁମାର ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ପ୍ରଥମ ମିଆଁମାର ଯାତ୍ରା ।

modiମିଆଁମାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସେଠାର ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ଉଭୟ ଦେଶ ମିଳିତ ବୟାନ ଜାରି କରିଛନ୍ତି । ଉଭୟ ଦେଶ ମଧ୍ୟରେ ଅନେକ ଚୁକ୍ତିରେ ହସ୍ତାକ୍ଷର ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ମିଆଁମାରର ଚିନ୍ତା ସହ ଭାରତ ବି ଭାଗିଦାରୀ ।

ମିଆଁମାର ଆବଶ୍ୟକତାକୁ ପୂରଣ କରିବାରେ ଭାରତ ଯଥାସମ୍ଭବ ସହାୟତା କରିବ । ଆଲୋଚନା ସମୟରେ ରୋହିଙ୍ଗିଆ ମୁସଲମାନ ପ୍ରସଙ୍ଗ ବି ଉଠାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଏହି ମୁସଲମାନଙ୍କ ପଳାୟନ ନିଶ୍ଚିତରୂପେ ଏକ ଚିନ୍ତାର ବିଷୟ । ତେବେ ଖୁବଶୀଘ୍ର ଏହାର ସମାଧାନର ବାଟ ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।