ବଢୁଛି ସାଇକୋ କିଲର ସସପେନ୍ସ: ପତ୍ନୀ କହୁଛନ୍ତି ନାରାୟଣ ନିର୍ଦ୍ଦୋଷ । ପୋଲିସ ପଚାରୁଛି, ନାରାୟଣ ଚୁପ ବସୁଛି…

451

କନକ ବ୍ୟୁରୋ: ମୋ ସ୍ୱାମୀ ନିର୍ଦ୍ଦୋଷ, ସେ ମଣିଷ ମାରି ନାହାନ୍ତି… ଯିଏ ମାଛିକୁ ମ ବୋଲି କୁହନ୍ତିନି, ସେ କେମିତି କାହାକୁ ହତ୍ୟା କରିପାରିବେ…ଗାଁ ଲୋକଙ୍କୁ ପଚାରନ୍ତୁ, ତାଙ୍କ ବିରୋଧରେ ସବୁ ମିଛ କଥା କୁହା ଯାଉଛି…ସେ କିଛି ଜାଣି ପାରୁନାହାନ୍ତି ବୋଲି ଯିଏ ଯାହା କହିଦେବ କଣ ତାହା ସତ…???

ସିଲଭର ସିଟିର ସାଇକୋ କିଲର ଧରାପଡିବା ପରେ ଗଣମାଧ୍ୟମ ଆଗରେ ଆଜି ମୁହଁ ଖୋଲିଛନ୍ତି ସିରିଏଲ କିଲର କୁହାଯାଉଥିବା ନାରାୟଣ ସାହୁଙ୍କ ପତ୍ନୀ । ନିଜ ସ୍ୱାମୀଙ୍କୁ ନିର୍ଦ୍ଦୋଷ କହିବା ସହ କଟକ ପୋଲିସକୁ ଆଉ ଥରେ ତଦନ୍ତ କରିବାକୁ ନୟାଗଡ ପୋଲିସ ପାଖରେ ଗୁହାରୀ କରିଛନ୍ତି ନାରାୟଣଙ୍କ ପତ୍ନୀ । ହତ୍ୟାକାଣ୍ଡ ଘଟିବା ଦିନ ନାରାୟଣ ସାହୁ ଘରେ ଥିଲେ । ତେଣୁ ସେ କେମିତି ମଣିଷ ମାରିଲେ ବୋଲି ତାଙ୍କ ପତ୍ନୀ ପ୍ରଶ୍ନ ଉଠାଇଛନ୍ତି । ଅବଶ୍ୟ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମିଛ କହୁ ଥାଇପାରନ୍ତି ହେଲେ ଗାଁ ଲୋକ ଆଉ ଗାଁ ପାଖ ଲୋକଙ୍କ ବୟାନ ସିରିଏଲ କିଲିଂ ସସପେନ୍ସକୁ ଆହୁରି ବଢାଇ ଦେଇଛି ।

କଟକର ସାଇକୋ କିଲର୍ ଗିରଫ ହେବା ପରେ ସହରବାସୀ ଆଶ୍ୱସ୍ତ ହୋଇଛନ୍ତି ସତ କିନ୍ତୁ ଗିରଫ ନାରାୟଣ ସାହୁ ସେଇ ସାଇକୋ କିଲର୍ କି ନୁହେଁ ତାକୁ ନେଇ ବଢ଼ୁଛି ସପପେନ୍ସ । ଯଦି ସିରିଏଲ କିଲର ନାରାୟଣ ନୁହେଁ ତେବେ କିଏ କରିଥିଲା ଟ୍ରିପଲ ମର୍ଡର ? ସୈତାନ ସସପେନ୍ସ ଉପରୁ ପରଦା ଉଠାଇବାକୁ ପୋଲିସ ନାରାୟଣ ସାହକୁ ଘନ ଘନ ପଚାର-ଉଚୁରା କରୁଥିବା ବେଳେ ନାରାୟଣ ମୁହଁ ଖୋଲୁ ନଥିବା ସୂଚନା ମିଳିଛି । ପୋଲିସ୍ ଯେତେ ଗୋଡାଇ ତୋଡାଇ ପଚରା-ଉଚୁରା କଲେ ବି, ମୁହଁପୋତି ଚୁପ୍ଚାପ୍ ବସି ରହୁଛି ନାରୟଣ ।
ତେବେ କଟକ ହତ୍ୟାକାଣ୍ଡର ପ୍ରକୃତରେ କ’ଣ? ନାରାୟଣ ସାହୁ ପ୍ରକୃତ ହତ୍ୟାକାରୀ କି ନୁହେଁ? ଏ ସବୁ ପ୍ରଶ୍ନ ଉପରୁ ପୋଲିସ କେବେ ପରଦା ହଟାଇବ ଆଉ ପ୍ରକୃତ ଦୋଷୀକୁ ସାମ୍ନାକୁ ଆଣିବ ତାରି ଉପରେ ନଜର ।