ବାଲୁକାକଳାରେ ନ୍ୟାୟ ମାଗିଲେ ସୁଦର୍ଶନ। ଆଲିଗଡରେ ୩ ବର୍ଷର ଶିଶୁକନ୍ୟା ଉପରେ ହୋଇଥିବା ବର୍ବରତାକୁ କଲେ ନିନ୍ଦା

735

କନକ ବ୍ୟୁରୋ: ଉତରପ୍ରଦେଶ ଆଲିଗଡ଼ରେ ଏକ ୩ ବର୍ଷର ଶିଶୁକନ୍ୟାକୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଦେଶବାସୀଙ୍କୁ ପୁଣି ଥରେ ସ୍ତବ୍ଧ କରିଦେଇଛି । ଟପ୍ପଲ ଥାନା କ୍ଷେତ୍ର ଅଧୀନରେ ଥିବା ଏକ ଗାଁରେ ରହୁଥିବା ୩ ବର୍ଷର ଶିଶୁ କନ୍ୟା ଟ୍ୱିଙ୍କିଲ ଗତ ୩୧ ତାରିଖରୁ ନିଖୋଜ ଥିଲା । ଆଉ ନିଖୋଜର ଠିକ୍ ୫ଦିନ ପରେ ଅଳିଆ ଗଦାରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଥିଲା ପୁଲିସ । ଏପରିକି ଏହି ଜଘଂଣ୍ୟ କାଣ୍ଡରେ ସଂପୃକ୍ତ ଥିବା ୨ ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରିଛି ।

ତେବେ ଏହି ଘଟଣାକୁ ନେଇ ସାରା ଦେଶବାସୀ ତାତି ଉଠିଥିବାବେଳେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି । ଆର୍ନ୍ତଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଟୁଇଟ କରି ଏହାକୁ ଘୃଣ୍ୟ ତଥା ଅମାନବୀୟ ଘଟଣା ବୋଲି କହିବା ସହ ବାଳୁକା କଳା ମାଧ୍ୟମରେ ଶିଶୁକନ୍ୟା ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ।

ଉତ୍ତର ପ୍ରଦେଶର ଆଲିଗଡ଼ରେ ଦୁଇ ବର୍ଷର ଶିଶୁକୁ ନୃଶଂସ ଭାବେ ହତ୍ୟା କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଏବେ ଏହି ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଜଣାଯାଇଛି ଯେ ଶିଶୁର ଶରୀରକୁ ଏଭଳି ନଷ୍ଟ କରି ଦିଆଯାଇଥିଲା ଯେ ଦୁଷ୍କର୍ମ ଭଳି ଅପରାଧର ଯାଞ୍ଚ କରାଯିବା ସମ୍ଭବପର ନୁହେଁ। ହତ୍ୟାକାରୀ ମାନେ ଶିଶୁର କିଡିନକୁ ବି ବାହାର କରି ଦେଇଥିଲେ। ସୂଚନାଯୋଗ୍ୟ ଯେ ହତ୍ୟା ମାମଲାର ୨ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଶିଶୁଟିକୁ ମେ ୩୦ ତାରିଖ ଦିନ ଅପହରଣ କରି ହତ୍ୟା କରାଯାଇଥିଲା ଏବଂ ଘଟଣାସ୍ଥଳଠାରୁ କିଛି ଦୂରରେ ଥିବା ଡଷ୍ଟ୍ବିନରୁ ୩୧ ତାରିଖ ଦିନ ମୃତଦେହ ଉଦ୍ଧାର ହୋଇଥିଲା।