ଲଜ୍ଜା : ହୋଷ୍ଟେଲର ଛାତ୍ରୀମାନଙ୍କୁ ଧମକାଇ ପୋଷାକ ଉତ୍ତାରିଲେ ପ୍ରିନସିପାଲ

32

ମୁଜାଫରନଗରର ଏକ ଆବାସିକ ସ୍କୁଲରେ ପ୍ରିନସିପାଲ କଥିିତ ରୂପେ ଛାତ୍ରୀ ସମୂହକୁ ଧମକାଇ ତାଙ୍କୁୁ ପୋଷାକ ଉତ୍ତାରିବା ପାଇଁ ବାଧ୍ୟ କରିଛନ୍ତି ବୋଲି ସୂଚନା ମିଳିଛି । ପୀଡିତାମାନଙ୍କର ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡିଗରୀ ଗାଁର କସ୍ତୁରବା ଆବାସିକ ସ୍କୁଲର ଛାତ୍ରୀଙ୍କୁ ଗତକାଲି ପ୍ରିନସିପାଲ ଜୋରଜବରଦସ୍ତିି ପୋଷାକ ଉତ୍ତାରିବାକୁ ଆଦେଶ ଦେଇଥିଲେ ।

ଜଣେ ଛାତ୍ରୀ କହିଛନ୍ତି ଏପରି ହେବା ସମୟରେ ସେଠାରେ କେହି ଜଣେ ବିି ଶିକ୍ଷକ ଉପସ୍ଥିତ ନଥିଲେ । ଆମକୁ ହଷ୍ଟେଲ ତଳକୁ ଡକା ଯାଇଥିଲା । ମ୍ୟାଡାମ ଅମାକୁ ପୋଷାକ ଖୋଲିବା ପାଇଁ କହିିଥିଲେ ଓ ଏପରି ନକଲେ ସେ ଆମକୁ ମାଡ ମାରିବେ ବୋଲି ମଧ୍ୟ କହିଥିଲେ । ଯଦି ଆମେ ଏପରି କରିନଥାନ୍ତୁ ତେବେ ସେ ଆକମୁ ମାଡ ମାରିଥାଆନ୍ତେ, ତେଣୁ ବାଧ୍ୟ ହୋଇ ଆମେ ପୋଷାକ ଖୋଲିଥିଲୁ ।

କିନ୍ତୁ ପ୍ରିନସିପାଲ ଏସବୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି କି ସେ ଏପରି କିଛି କରିନାହାନ୍ତି । ଏହା ମୋ ବିରୋଧରେ ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ମୁଁ କାମକୁ ନେଇ ବେଶ ଶକ୍ତ, ଏଥିପାଇଁ ମୋ ସହକର୍ମୀମାନେ ଏପରି କରଛନ୍ତି ବୋଲି ପ୍ରିନସିପାଲ ମ୍ୟାଡମ କହିଛନ୍ତି । ଏହି ଖବର ପ୍ରଚାର ହେବାପରେ ୬୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୩୫ ଜଣ ସ୍କୁଲ ଛାଡି ପଳାଇ ଯାଇଛନ୍ତି । ଏ ମାମଲାର ଯାଞ୍ଚ ହେବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

                                                                     ସୌଜନ୍ୟ : ଏବିପି ନ୍ୟୁଜ୍