ଦଙ୍ଗା ପାଇଁ ଗାଁ ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ ମୁସଲିମ୍ ପରିବାର, ସେମାନଙ୍କୁ ଫେରାଇ ଆଣିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଏହି ହିନ୍ଦୁ ବ୍ୟକ୍ତି

43

ଉତ୍ତର ପ୍ରଦେଶରେ ହିନ୍ଦୁ-ମୁସଲମାନ ଭିତରେ ଭାଇଚାରା ର ଅନେକ ଉଦାହରଣ ଦେଖିବାକୁ ମିଳେ । ସେମିତି ଆଉ ଏକ ନିଦର୍ଶନ, ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ । ଉତ୍ତର ପ୍ରଦେଶ ମୁଜଫରନଗର ସ୍ଥିତ ଦୁହ୍ଲେଡା ଗାଁର ସଂଜୀବ ପ୍ରଧାନଙ୍କ ଗୋଟିଏ ସ୍ୱପ୍ନ ଅଛି । ସେ ଚାହାଁନ୍ତି କି ତାଙ୍କ ଗାଁର ମୁସଲମାନ ପରିବାର, ଯେଉଁମାନେ ଦଙ୍ଗା ପାଇଁ ଘର ଛାଡି ଚାଲିଯାଇଥିଲେ, ସେମାନେ ଫେରି ଆସନ୍ତୁ । ସେ ଏଥିପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଦଙ୍ଗା ପାଇଁ ଏହି ଗାଁରୁ ୬୫ଟି ମୁସଲିମ୍ ପରିବାରଙ୍କୁ ବର୍ଷ ୨୦୧୩ ଅଗଷ୍ଟ ଓ ସେପ୍ଟେମ୍ବରରେ ଘର ଛାଡିବାକୁ ପଡିଥିଲା । ଏମାନଙ୍କ ମଧ୍ୟରୁ ୩୦ ଜଣ ପରିବାରଙ୍କୁ ସଂଜୀବ ପ୍ରଧାନ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ।

ଯେତେବେଳେ ମୁଜଫରନଗର ଦଙ୍ଗାର ନିଆଁରେ ଜଳୁଥିଲା, ସେତେବେଳେ ୪୨ ବର୍ଷୀୟ ଏହି ବ୍ୟକ୍ତି ଅନେକ ମୁସଲିମ୍ ପରିବାରଙ୍କ ସହାୟତା କରିଥିଲେ ଓ ତାଙ୍କୁ ଘରେ ଆଶ୍ରୟ ଦେଇଥିଲେ । ଏହା ବ୍ୟତୀତ ସେ ଓ ତାଙ୍କ ସାଥୀ ସେହି ଶରଣାର୍ଥୀଙ୍କୁ ରକ୍ଷା ବି କରିଥିଲେ । ଦୁହ୍ଲେଡା ଗାଁରୁ ପାଖାପାଖି ୧ କିମି ଦୂରରେ ୮ଜଣ ମୁସଲିମଙ୍କ ହତ୍ୟା ହୋଇଥିଲା । ଏହି ଦଙ୍ଗାରେ ମୋଟ୍ ୬୨ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ । ସଂଜୀବ ଓ ତାଙ୍କ ସାଥୀ ଏବେ ଲୋକଙ୍କୁ ଗାଁକୁ ଫେରାଇ ଆଣିବାକୁ ସାର୍ଥକ ପ୍ରଚେଷ୍ଟା କରୁଛନ୍ତି ।