ଭାରତରେ ବୁଲେଟ୍ ଟ୍ରେନ୍ ଚାଲିବା ପୂର୍ବରୁ ବିଟେକ ଛାତ୍ର ନିର୍ମାଣ କଲେ ବୁଲେଟ୍ ଟ୍ରେନ ! ଶୁଭମ ପାଂଚଲାଙ୍କ ଅଭିନବ ପ୍ରୟାସ

36

ଦୃଢ ଇଚ୍ଛା ଶକ୍ତି ଆଗରେ ହାରମାନିଥାଏ ଦୁର୍ବଳତା । ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ବିଟେକ ଛାତ୍ର ଶୁଭମ ପାଂଚଲା ନିଜ କୌଶଳ ପ୍ରୟୋଗ କରି ବୁଲେଟ ଟ୍ରେନ ବନାଇବାରେ ସଫଳତା ହାସଲ କରିଛନ୍ତି । ଏହି ବିଟେକ ପ୍ରଥମ ବର୍ଷ ଛାତ୍ର ଶୁଭମ ପାଂଚଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୁଲେଟ ଟ୍ରେନର ସ୍ୱପ୍ନ ପୁରଣ କରିବାକୁ ଉଦ୍ୟମ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବିଟେକ ଛାତ୍ର ଶୁଭମ ପାଂଚଲା କାଠରେ ତିଆରି କରିଛନ୍ତିି ବୁଲେଟ ଟ୍ରେନ । କାଠରେ ନିର୍ମିତ ହେବାସହ ଏହା ବ୍ୟାଟରୀ ଦ୍ୱାରା ପରିଚାଳିତ । କେବଳ ଏତିକି ହିଁ ନୁହେଁ ବରଂ ଏହି ବୁଲେଟ ଟ୍ରେନରେ ବିଜୁଳୀ ମଧ୍ୟ ଆପେ ଆପେ ଜେନେରେଟ ହୋଇଥାଏ । ଯାହା ଫଳରେ ଶୁଭମଙ୍କ ଦ୍ୱାରା ନିର୍ମିତ ବୁଲେଟ ଟ୍ରେନ ଅଚନାକ ପୁରା ଜିଲ୍ଲାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଛି ।

ଉତ୍ତରପ୍ରଦେଶର ଏକ ଛୋଟ ଗାଁ ମୁବାରିକପୁର ନିବାସୀ ଶୁଭମ ପାଂଚଲା ଏସଡି ଇଂଜିନିୟରିଂ କଲେଜର ପ୍ରଥମ ବର୍ଷ ଛାତ୍ର । ପିଲାବେଳୁ ହିଁ ଶୁଭମଙ୍କର କିଛି ନୂଆ କରିବାର ଇଚ୍ଛା ରଖିଥିଲା । ତେବେ ବୁଲେଟ ଟ୍ରେନ ଏବେ ଯାଏଁ ତାଙ୍କର ସବୁଠାରୁ ସୁନ୍ଦର ଆବିଷ୍କାର । କଠିନ ପରିଶ୍ରମ ଓ ଇଶ୍ୱରଙ୍କ କୃପାରୁ ବୁଲେଟ ଟ୍ରେନର ନିର୍ମାଣ କରିବାରେ ସଫଳତା ମିଳିଛି ବୋଲି ଶୁଭମ୍ କହିଛନ୍ତି ।

ଶୁଭମ ଦ୍ୱାରା ଅବିଷ୍କାର ବୁଲେଟ ଟ୍ରେନ ସମ୍ପୂର୍ଣ୍ଣ ଭାବେ କାଠରେ ନିର୍ମିତ ହୋଇଛି, ଯାହା ସମସ୍ତ ସ୍ପ୍ରିଂ ଚକ କିମ୍ବା ସମସ୍ତ ପାର୍ଟ କାଠରେ ନିର୍ମାଣ କରାଯାଇଛି । ଶୁଭମଙ୍କ ବୁଲେଟ ଟ୍ରେନର ଖାସ କଥା ହେଲା, ଏହାକୁ ବ୍ୟାଟେରୀ ସହାୟତାରେ ଚଲାଇପାରିବେ । ଶୁଭମ ବୁଲେଟ ଟ୍ରେନକୁ ଚଳାଇବା ପାଇଁ କାଠରେ ଏକ ରେଲୱେ ଟ୍ରାକ ମଧ୍ୟ ନିର୍ମାଣ କରିଛନ୍ତି, ଏହା ପାଖାପାଖି ୧ କିଲୋମିଟର ଲମ୍ବା ହେବ । ଆଉ ଏଥିପାଇଁ ହିଁ ଶୁଭମଙ୍କ ବୁଲେଟ ଟ୍ରେନ ତାଙ୍କ ଗାଁ ହିଁ ନୁହେଁ ବରଂ ପୁରା ଜିଲ୍ଲାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଛି ।