ବୈତରଣୀ ନଦୀରେ ନୂଆ ବିପଦ ! କେନ୍ଦ୍ରାପଡା ଆଳି ଘାଟରେ ଗାଧୋଇବା ବେଳେ ଆକ୍ରମଣ କଲା ବିରାଟକାୟ କୁମ୍ଭୀର

19

କନକ ବ୍ୟୁରୋ : ବୈତରଣୀ ନଦୀରେ ନୂଆ ବିପଦ । କେନ୍ଦ୍ରାପଡା ଆଳିର ମହୁରୀ ଗାଁରେ ଗାଧେଇବା ବେଳେ ବୃଦ୍ଧଙ୍କୁ ଆକ୍ରମଣ କଲା ବିରାଟକାୟ କୁମ୍ଭୀର । କୁମ୍ଭୀର ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଗାଁର ରବି ନାରାୟଣ ବେହେରାଙ୍କୁ କୁମ୍ଭୀର ଆକ୍ରମଣ କରି ତାଙ୍କ ଶରୀରର ଅଧା ଅଂଶ ଖାଇ ଯାଇଛି ।

ତେବେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଲୋକେ ନିଜର ନିତ୍ୟ ବ୍ୟବହାର ପାଇଁ ପାଣି ନେବା ସହ ଗାଧେଇବା ପାଇଁ ବୈତରଣୀର ଏହି ଘାଟ ଉପରେ ନିର୍ଭରଶୀଳ । ତେଣୁ ଏହି ଘାଟରେ ଗାଧେଇବା ବେଳେ କୁମ୍ଭୀର ଟାଣି ନେବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ-