ନାସ୍ତିକରୁ ଭଗବାନ ! ଜାଣନ୍ତୁ,କିଭଳି ଜଣେ ନାସ୍ତିକ ବିଚାରଧାରାର ବ୍ୟକ୍ତି ପାଲଟିଲା ଦକ୍ଷିଣ ଭାରତର ଭଗବାନ ।

42

ଦକ୍ଷିଣ ଭାରତର ଜଣେ ଭର୍ସିଆନ୍ ନେତା ତଥା ତାମିଲନାଡୁରେ ୫ ଥର ମୁଖ୍ୟମନ୍ତ୍ରୀ ରହି ଆସିଥିବା ଏମ୍.କରୁଣାନିଧିଙ୍କ ମଙ୍ଗଳବାର ସନ୍ଧ୍ୟା ସମୟ ୬.୧୦ ରେ ପରଲୋକ ହୋଇଥିଲା । ୯୪ ବର୍ଷୀୟ ଦ୍ରାବିଡ ମୁନେତ୍ର କଡଗମ (ଡିଏମକେ) ସୁପ୍ରିମୋ କରୁଣାନିଧିଙ୍କୁ ଗତମାସରେ ରକ୍ତଚାପ କମ୍ ହେବା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ତାଙ୍କୁୁ ଘରେ ହିଁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିଲା । କିନ୍ତୁ ସ୍ୱାସ୍ଥ୍ୟରେ ଅବନତି କାରଣରୁ ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ହସ୍ପିଟାଲ ତରଫରୁ କୁହାଯାଇଥିଲା ଯେ ବୟସ ବଢିବା କାରଣରୁ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଉଛି । ତେବେ ଚଳିତ ବର୍ଷ ୯୪ ବର୍ଷରେ ପାଦ ଥାପିବା ଖୁସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ଆଉ ବରିଷ୍ଠ ନେତା ମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

ତେବେ ତାଙ୍କୁ ଦକ୍ଷିଣ ଭାରତର ଭଗବାନ କହି ଜନତା ପୂଜା କରିଆସୁଥିଲେ । ତାଙ୍କ ସମ୍ମାନ ସକାଶେ ଡିଏମକେ କାର୍ଯ୍ୟକତା ମଧ୍ୟ ଏକ ମନ୍ଦିର ତିଆରି କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଏଭଳି ଏକ ମନ୍ଦିର ଭେଲୁର ଜିଲ୍ଲାର ଗୁଦିଆଥମ୍ ପାଖରେ ଥିବା ସମୀରେଡ୍ଡିପଲ୍ଲୀରେ ପ୍ରସ୍ତୁତ ହୋଇଅଛି । ତାଙ୍କୁ ତାମିଲନାଡୁରେ ଭଗବାନ ଭଳି ଲୋକ ପୂଜା କରୁଥିଲେ ହେଁ ବାସ୍ତବରେ ତାଙ୍କୁ ନାସ୍ତିକ ବୋଲି ତାଙ୍କୁ ସମସ୍ତେ ମାନୁଥିଲେ । ଭଗବାନ ଶ୍ରୀରାମଙ୍କ ବିରୋଦ୍ଧରେ ସେ ବହୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ୨୦୦୭ ମସିହାରେ ତାଙ୍କର ଏକ ବୟାନରେ ସେ କହିଥିଲେ, କିଛି ଲୋକ କହୁଛନ୍ତି ଯେ ୧୭ ଲକ୍ଷ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ଥିଲେ,ଯାହାଙ୍କ ନାଁ ଥିଲା ରାମ ।ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପୋଲ (ରାମ ସେତୁ) କୁ ଛୁଅଁ ନାହିଁ । ତେବେ କିଏ ଏହି ରାମ? ସେ କେଉଁ ଇଞ୍ଜିନିୟରିଂ କଲେଜରେ ଗ୍ରାଜୁଏଟ୍ କରିଥିଲେ? କ’ଣ ଏହାର କିଛି ପ୍ରମାଣ ରହିଛି,ରାମ କେବଳ ଜଣେ କାଳ୍ପନିକ ଚରିତ୍ର ।

 

 

ଅନ୍ୟପକ୍ଷେ ୨୦୦୯ ରେ ରାମାୟଣ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ସେ କହିଥିଲେ ଯେ ସେ ଜଣେ ରାମାୟଣର ଆଲୋଚକ ଏବଂ ଆଗକୁ ମଧ୍ୟ ସେ ଏହାର ବିରୋଧ କରି ଆସୁଥିବେ । ଆପଣଙ୍କୁ ଏଠାରେ କହିରଖୁଛୁ କି,କରୁଣାନିଧିଙ୍କୁ ଆଣ୍ଟି-ବ୍ରାହ୍ମଣବାଦୀ ରାଜନୀତିର ପ୍ରତିକ ମଧ୍ୟ କୁହାଯାଉଥିଲା । ୧୯୨୪ ମସିହାରେ କରୁଣାନିଧି ଥିରୁକୁବାଲାଇ ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଘରକୁ ଏବେ ମ୍ୟୁଜିୟମ୍ ରୁପେ ପରିଣତ କରାଯାଇଛି । ମ୍ୟୁଜିୟମରେ ତାଙ୍କର ପୋପ୍ ହେବାରୁ ନେଇ ଇନ୍ଦିରା ଗାନ୍ଧିଙ୍କ ସହ ଫଟୋ ଉଠାଇବା ପର୍ଯ୍ୟନ୍ତ ତାଙ୍କର ଫଟୋ ରହିଛି । ତାଙ୍କ ସମର୍ଥକ ତାଙ୍କୁ କଲାଇନାର ଅର୍ଥାତ୍ କଳାର ଯାଦୁଗର କହି ସମ୍ବୋଧନ କରୁଥିଲେ । ରାଜନୀତିରେ ଆସିବା ପୂର୍ବରୁ ସେ ଫିଲ୍ମରେ କାମ କରିବା ସହ ସ୍କ୍ରିପ୍ଟ ଲେଖକ ମଧ୍ୟ ଥିଲେ ।