କଟକ : ମୁଥୁଟ୍ ଫାଇନାନ୍ସ କାର୍ଯ୍ୟାଳୟରୁ ଡକାୟତି ଉଦ୍ୟମ ବେଳେ ୪ ଆନ୍ତଃରାଜ୍ୟ ଡକାୟତ ଗିରଫ, ୨ ଜଣ ଫେରାର

46

କନକ ବ୍ୟୁରୋ : ଡକାୟତି ଉଦ୍ୟମ ବେଳେ ଧରାପଡିଲେ ଆନ୍ତଃରାଜ୍ୟ ଡକାୟତ । ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ ଜଣ ଡକାୟତ ଫେରାର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କଟକ ମୁଥୁଟ୍ ଫାଇନାନ୍ସ କାର୍ଯ୍ୟାଳୟରୁ ଡକାୟତି ଉଦ୍ୟମ କରୁଥିଲେ ଏହି ଆନ୍ତଃରାଜ୍ୟ ଡକାୟତ ଦଳ । ମୁଥୁଟ୍ ଫାଇନାନ୍ସ ଅଫିସ ପରିସରରେ ପଛପଟୁ ରସି ଲଗାଇ ଗ୍ୟାସ କଟର ସାହାଯ୍ୟରେ ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ କିଛି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ପହଂଚି ଡକାୟତ ଦଳକୁ କାବୁ କରିବାକୁ ଉଦ୍ୟମ କରିଥିଲା । ତେବେ ୪ ଜଣ ଡକାୟତଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ୨ ଜଣ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ୍ ସହ ପହଂଚି ତଦନ୍ତଜାରି ରଖିଛନ୍ତି କଟକ ଡିସିପି । ଏହା ସହ ଦେଖନ୍ତୁ ଏହି ଭିଡିଓ :