ବାହାରକୁ ଯିବା ପୂର୍ବରୁ ଚୁଟିକୁ ଦିଅନ୍ତୁ ନୁଆ ଲୁକ୍ । ଜାଣନ୍ତୁ ଟଙ୍କା ଖର୍ଚ୍ଚ ନକରି କିପରି ସବୁଦିନ ପାଇଁ ରଖିବେ ସୁରକ୍ଷିତ ।

75

ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ । ସୋରିଷ ତେଲରେ ଭରପୁର ମାତ୍ରାରେ ଭିଟାମିନ ରହିଛି । କୁହାଯାଏ ଶୀତ ଯୋଗୁଁ ଶରୀରର ରକ୍ତ ଶୁଖିଯାଏ । ତ୍ୱଚା ଶୁଷ୍କ ଦେଖାଯାଏ । କେଶରେ ରୁପି ସମସ୍ୟା ବି ବଢିଯାଏ । ଶୁଷ୍କ ତ୍ୱଚାକୁ ମୁକ୍ତି ପାଇବା ପାଇଁ ଆମେ କ୍ରିମ ଓ ଲୋସନ ବ୍ୟବହାର କରି କିଛି ଲାଭ ପାଇଥାଉ । କିନ୍ତୁ ଏହି କ୍ରିମ ତ୍ୱଚା ପାଇଁ କ୍ଷତିକାରକ । କାରଣ ଏଥିରେ କେମିକାଲ ରହିଥାଏ । ସେଥିପାଇଁ ସସମ୍ୟାର ଦୀର୍ଘ ମିଆଦୀ ଫାଇଦା ସୋରିଷ ତେଲରୁ ହିଁ ମିଳିଥାଏ । ତେବେ ଅସନ୍ତୁ ଜାଣିବା ସୋରିଷ ତେଲର ଉପକାରୀତା ସମ୍ବନ୍ଧରେ ।

ଚର୍ମ ରୋଗ ଦୂର କରେ : ଥଣ୍ଡାରେ ତ୍ୱଚାରେ ବ୍ରଣ, ଶୁଷ୍କ ଦାଗ ଦେଖାଯାଇଥାଏ । ଏଥିପାଇଁ କୌଶସି କେମିକାଲ ନଥିବା ତତା ଚକି ପେଷା ସୋରିଷ ତେଲ ବ୍ୟବହାର କରନ୍ତୁ । ଏଥିରେ ଭିଟାମିନ ଓ ପ୍ରୋଟିନ ଅଧିକ ମାତ୍ରା ମିଳିଥାଏ ଓ ବ୍ଲଡ ସର୍କୁଲେଶନ ମଦ୍ଦ ଠିକ ହୋଇଯାଏ ।

ଡ୍ରାଏ ସ୍କିନ ଲାଗି : ଥଣ୍ଡା ତ୍ୱଚାର ରୁକ୍ଷତା ମଏଶ୍ଚରାଇଜର ଯେତିକି ଦୂର କରେ ତା’ଠାରୁ ସୋରିଷ ତେଲ ବେଶୀ ଫାଇଦା ପହଂଚାଇଥାଏ । ବୁନ୍ଦାଏ କି ଦୁଇ ବୁନ୍ଦା ସୋରିଷ ତେଲ ଡ୍ରାଏ ସ୍କିନରେ ଲଗାନ୍ତୁ । ତେଲ ଲଗାଇବାର କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ ।

କେଶକୁ ଲାଭ : ଶୀତ ଦିନ ମୁଣ୍ଡରୁ ଅଧିକ କେଶ ଝଡିଥାଏ । ତେଣୁ କେଶ ପାଇଁ ସୋରିଷ ତେଲ ଲାଭଦାୟକ । ଏଣୁ କେଶରେ ସୋରିଷ ତେଲ ଲଗାନ୍ତୁ । ଅଳ୍ପ ତେଲ ନେଇ ଧୀରେ ଧୀରେ କେଶମୂଳରେ ଲଗାଇ ମସାଜ କରନ୍ତୁ । କିଛି ସମୟ ଏପରି ଛାଡି ଦେବା ପରେ ଭଲ ଭାବେ କେଶକୁ ଧୋଇଦିଅନ୍ତୁ । ଏପରି କରିବା ଦ୍ୱାରା ରୂପି ସମସ୍ୟା ପୂରା ଦୂର ହେବା ସହ କେଶ କଳା ଓ ଘଂଚ ହୋଇଯିବ । ।

ଖାଦ୍ୟରେ : ସୋରିଷ ତେଲରେ କ୍ୟାଲସିୟମ, ଆଇରନ, ଅଧିକ ମାତ୍ରାରେ ରହିଛି । ଖାଦ୍ୟରେ ସୋରିଷ ତେଲ ବ୍ୟବହାର କରିବା ଫଳରେ ଶରୀରକୁ ଶକ୍ତି ମିଳେ । ସୋରିଷ ତେଲ ମାଲିସ ମଧ୍ୟ ଦେହରେ ଲଗାଇବା ଦ୍ୱାରା ମାଛି ଦୂର ହେବାରେ ସାହାଯ୍ୟ କରିଥାଏ ।