ନିୟମିତ ତେଜପତ୍ର ସେବନ କଲେ ମିଳେ ଅନେକ ରୋଗରୁ ମୁକ୍ତି ! ଏହାର ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ଜାଣିବା 

95

ଆମ ଦେଶରେ ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ତେଜପତ୍ରର ବ୍ୟବହାର ଏକ ସାଧାଣର କଥା । ତେଜପତ୍ରକୁ ମସଲା ଭାବରେ ବ୍ୟବହାର କରାଯାଏ । ତେଜପତ୍ର ନିଜର ସୁଗନ୍ଧ ଯୋଗୁଁ ଖାଦ୍ୟର ସ୍ୱାଦ ବଢ଼ାଏ । ଖାଦ୍ୟ ପ୍ରସ୍ତୁତି ସମୟରେ ଶୁଖିବଲା ତେଜପତ୍ର କିମ୍ବା ତେଜପତ୍ର ପାଉଡ଼ର ବ୍ୟବହାର କରାଯାଏ । ତେଜପତ୍ରର ସ୍ୱାଦ କଡ଼ା ହୋଇଥିଲେ ମ୍ୟଧ ଏହାର ସୁଗନ୍ଧ ବହୁତ ଆକର୍ଷଣୀୟ । ତେଜପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ, ଅଣ୍ଟି ଫଙ୍ଗାଲ ପରି ଅନେକ ଔଷଧୀୟ ଗୁଣ ଥାଏ । ତେଜ ପତ୍ରରେ ପ୍ରତୁର ପରିମାଣର କପର୍, ପଟାସିୟମ୍ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଆଇରନ୍ ଅଛି । ତେବେ ଆସନ୍ତୁ ଏହାକୁ ନିୟମିତ ସେବନ କରିବା ଦ୍ୱାରା କ’ଣ ସୁଫଳ ମିଳେ . . . .

 

 

 

 

 

 

 

 

 

– କୋଷ୍ଠକାଠିନ୍ୟ,ଏସିଡ଼ିଟି ରୋଗର ପୀଡ଼ିତ ବ୍ୟକ୍ତି ତେଜପତ୍ରର ଚା’ ପିଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିବ । ତେବେ ଏଥିପାଇଁ ୩ ଗ୍ରାମ ଜେତପତ୍ର ଓ ୩ରୁ ୪ ଗ୍ରାମ ଗୋଲାପ ଫୁଲକୁ ୩୦୦ଏମଏଲ ପାଣିରେ ସିଝାନ୍ତୁ । ଭଲରେ ଫୁଟିଗଲା ପରେ ସ୍ୱାଦ ଅନୁସାରେ ଲୁଣ ମିଳାନ୍ତୁ । ଏବଂ ଏହି ମିଶ୍ରଣକୁ ଦିନରେ ଦୁଇ ଥର ପିଅନ୍ତୁ  ।

– ହୃଦୟ ସମ୍ମନ୍ଧିତ ରୋଗ ପାଇଁ ମଧ୍ୟ ତେଜପତ୍ର ଆପଣଙ୍କ ପାଇଁ ଏକ ରାମବାଣ ପରି କାମ କରିବ । ତେଜପତ୍ରରେ ଥିବା ଔଷଧୀୟ ଗୁଣ ଯୋଗୁଁ ଏହା ଢ଼ାଲ ପରି କାମ କରେ । ଯଦି ଆପଣ ହୃଦରୋଗରୁ ରକ୍ଷା ପାଇବା ପାଇଁ ଚାହାନ୍ତି ତେବେ ନିୟମିତ ତେଜପତ୍ର ସେବନ କରନ୍ତୁ ।

– ଆଜିକାଲି ମଧୁମେହ ଏପରି ଏକ ରୋଗ ଯାହା ପ୍ରାୟ ଲୋକଙ୍କ ଠାରେ ଦେଖାଯାଉଛି । ପ୍ରତି ୧୦ ଜଣଙ୍କ ମଧ୍ୟରେ ୯ ଜଣଙ୍କୁ ଏହି ରୋଗ ହେଉଛି । ତେଜପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥିବା ଯୋଗୁଁ ଏହା ରକ୍ତରେ ଗ୍ଲୁକୋଜ ଓ କୋଲଷ୍ଟରେଲ ମାତ୍ରାକୁ ନିୟନ୍ତ୍ରଣ ରଖେ ।

– ଧୀରେ ଧୀରେ ଶୀତ ପଡ଼ିଲାଣି । ଶୀତ ଋତୁରେ ଏହା ଥଣ୍ଡା ରୋଗରୁ ରକ୍ଷା କରିବା ପାଇଁ ବହୁତ ଭଲ । ଯଦି ଆପଣ ଥଣ୍ଡାରରେ ପୀଡ଼ିତ ତେବେ ୨ରୁ ୩ ପତ୍ରକୁ ପାଣିରେ ଫୁଟାଇ ଏହାକୁ ସଫା କପଡ଼ାରେ ଓଦାକରି ଛାତିରେ ରଖନ୍ତୁ । ଆପଣଙ୍କୁ ଫ୍ଲୁ ଓ ଥଣ୍ଡାରୁ ମୁକ୍ତି ମିଳିବ ।