ଉତ୍ତରପ୍ରଦେଶ : ବାରଣାସୀରେ ଟ୍ରିପଲ ତଲାକର ଅତ୍ୟାଚାରରୁ ବଂଚିବାପାଇଁ ମୁସଲିମ ମହିଳା ପଢିଲେ ହନୁମାନ ଚାଳୀସା

46

କନକ ବ୍ୟୁରୋ : ଟ୍ରିପଲ ତଲାକରୁ ବଂଚିବାପାଇଁ କିଛି ମୁସଲମାନ ମହିଳା ପଢିଲେ ହନୁମାନ ଚାଳୀସା । ଉତରପ୍ରଦେଶର ବାରଣାସୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଟ୍ରିପଲ ତଲାକରେ ସହୁଥିବା ଅତ୍ୟାଚାରରୁ ମୁକ୍ତି ପାଇଁ ସେମାନେ ହନୁମାନ ଚାଳୀଶା ପଢୁଥିବାର କହିଛନ୍ତି ।

ଜୀବନର ସଙ୍କଟରୁ ବଂଚିବା ପାଇଁ ସେମାନେ ଏଭଳି କରିଛନ୍ତି । ଆଜି ଟ୍ରିପଲ ତଲାକକୁ ନେଇ ସୁପ୍ରିମକୋର୍ଟରେ ରାୟ ଆସିବାକୁ ଥିବାରୁ ତଲାକ ପିଡୀତା ମହିଳାମାନେ ଏଭଳି ପନ୍ଥା ଆପଣେଇଛନ୍ତି । ମହିଳାମାନେ କହିଛନ୍ତି ଯେ ହନୁମାନ ସବୁ ସଙ୍କଟରୁ ରକ୍ଷା କରନ୍ତି ବୋଲି କୁହାଯାଏ । ସେଥିପାଇଁ ସେମାନେ ଏଭଳି କରିଛନ୍ତି ।