ଗୀତା ପ୍ରେମରେ ମୁସଲିମ ଛାତ୍ରୀ ! ଯୋଗୀ ଓ ମୋଦିଙ୍କ ପ୍ରେରଣା । ଗୀତାପାଠ ପ୍ରତିଯୋଗିତରେ ହେଲେ ପ୍ରଥମ ।

44

ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଗୀତା ପାଠ ପ୍ରତିଯୋଗିତାରେ ପ୍ରଥମ ହେଲେ ଜଣେ ମୁସଲିମ ଛାତ୍ରୀ । ଏହାକୁ ନେଇ ଚର୍ଚାରେ ରହିଛନ୍ତି ଆଫରିନ ରଉଫ । ତାଙ୍କୁ ପ୍ରେରଣା ମିଳିଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରୁ । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ଗୀତା ପାଠ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସଂସ୍କୃତରେ ମୋଦି ଓ ଯୋଗୀଙ୍କ ପାଖରୁ ଅନର୍ଗଳ ସଂସ୍କୃତ ଶ୍ଲୋକ ଶୁଣି ପ୍ରଭାବିତ ହୋଇଥିଲେ ଆଫରିନ । ଆଉ ଦୁଇ ମହାନ ବ୍ୟକ୍ତିଙ୍କ ପାଣ୍ଡିତ୍ୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିଖିଥିଲେ ଗୀତା ।

ଆଫରିନ ବିଶ୍ୱାସର ସହ କହିଛନ୍ତି ମୋ ପ୍ରୟାସକୁ ମୋଦୀ ଓ ଯୋଗୀ ସ୍ୱୀକାର କରିବେ । ଗତ କିଛିଦିନ ପୂର୍ବରୁ ରାଜସ୍ଥାନରେ ଜଣେ ମୁସଲିମ ଛାତ୍ର ସଂସ୍କୃତରେ ପ୍ରବନ୍ଧ ଲେଖି ପ୍ରଥମ ସ୍ଥାନରେ ରହିଥିଲେ । ଓଡିଶାର କେନ୍ଦ୍ରାପଡାର ଜଣେ ମୁସଲମି ଝିଅ ବି ଗୀତା ଶ୍ଲୋକ ଗାଇ ଚର୍ଚାରେ ରହିଥିଲେ ।

ଆଫରିନ କହିଛନ୍ତି ପାଠପଢାରେ ହିନ୍ଦୁ ଓ ମୁସଲିମ ଭିତରେ କୌଣସି ପାର୍ଥକ୍ୟ ନାହିଁ । ଜଣେ ନିଜ ଇଚ୍ଛା ମୁତାବକ ବିଷୟ ପଢିବା ଉଚିତ । ଏହି ଅବସରରେ ସେ କୌଣସି ବାଛବିଚାର ନରଖି ଝିଅଣାନଙ୍କୁ ପାଠପଢାଇବା ଉଚିତ ବୋଲି କହିଥିଲେ । ନିକଟରେ ମୁମ୍ବାଇରେ ଇସକନ ଦ୍ୱାରା କରାଯାଇଥିବା ଗୀତା ପ୍ରତିଯୋଗିତାରେ ଜଣେ ଷଷ୍ଠ ଶ୍ରେଣୀର ଝିଅ ପ୍ରଥମ ହୋଇଥିଲା ।