ବିଚ୍ ରାସ୍ତାରେ ନମାଜ୍ ପଢି ଯୋଗୀ ଏବଂ ମୋଦିଙ୍କୁ ଗାଳି କରି ଚାଲିଗଲା ଅଭିଯୁକ୍ତ ! ଆଉ ପୋଲିସ୍ ଚାହିଁ ରହିଗଲା ।

39

ଶୁକ୍ରବାର ସନ୍ଧ୍ୟା ଲକ୍ଷେ୍ନø ସଚିବାଳୟ ଏନେକ୍ସି ସାମ୍ନା ବିଚ୍ ସଡକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଲା । ସଚିବାଳୟ ଏନେକ୍ସି ସାମ୍ନାରେ ସନ୍ଧ୍ୟା ୭ ଟା ବେଳେ ଜଣେ ବ୍ୟକ୍ତି ନମାଜ୍ ପଢିବା ଏବଂ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅପଶବ୍ଦ କହିବା ଆରୋପରେ ୁ ଗିରଫ କରାଯାଇଛି । ତେବେ ଏହି ମାମଲାରେ ପୋଲିସ୍ ରଫିକ୍ ଅହମଦ୍ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଶୁଣିବାକୁ ମିଳୁଛି ଯେ ଉକ୍ତ ବ୍ୟକ୍ତି ସନ୍ଧ୍ୟାରେ ସଚିବାଳୟ ସାମ୍ନା ସଡକରେ ବସି ପ୍ରଥମେ ନମାଜ୍ ପଢିଥିଲେ ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଳିଗୁଲଜ ଏବଂ ନାରାବାଜୀ କରିଥିଲେ ।

ସଚିବାଳୟ ସାମ୍ନାରୁ ଯାଉଥିବା ଲୋକ କିଛି ସମୟ ପାଇଁ ଏଭଳି ଦୃଶ୍ୟ ଦେଖି ସେଠାରେ ଅଟକି ଯାଇଥିଲେ । ଉକ୍ତ ବ୍ୟକ୍ତି ଜଣକ ନମାଜ୍ ପଢି ସାରିବା ପରେ ନିଜ ସ୍କୁଟିରେ ସେଠାରୁ ପଳାଇ ଯାଇଥିଲେ । ତେବେ ଏହି ଘଟଣା ଘଟିବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେକ୍ସୀର ଅଧିକାରୀଙ୍କ ସହ ଏକ ବୈଠଳରେ ଯୋଗ ଦେଇଥିଲେ । ସବୁଠୁ ବଡ କଥା ହେଉଛି ଏହି ବ୍ୟକ୍ତି ଜଣକ ନିଜ ପେଟରେ ଚାକୁ ଲଗାଇ ନମାଜ୍ ପଢିଥିଲେ । ଯେଉଁଥିପାଇଁ ଉକ୍ତ ସ୍ଥାନରେ ଗାର୍ଡ ଏବଂ ପୋଲିସ୍ ମଧ୍ୟ କିଛି କରିପାରିନଥିଲେ । କିନ୍ତୁ ଏହାପରେ ଲକ୍ଷେ୍ନø ପୋଲିସ୍ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି ।