ତିନି ତଲାକ୍ ପ୍ରସଙ୍ଗରେ ନରମିଲା ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ! ସୁପ୍ରିମକୋର୍ଟରେ ଦାଖଲ କଲା ସତ୍ୟପାଠ

24

କନକ ବ୍ୟୁରୋ : ତିନି ତଲାକ୍ ପ୍ରସଙ୍ଗରେ ନରମିଲା ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ । ବିବାହ ବିଛେଦ ପାଇଁ ତିନି ତଲାକର ସହାୟତା ନେଉଥିବା ମୁସଲମାନଙ୍କୁ ସାମାଜିକ ବହିଷ୍କାର କରାଯିବ ବୋଲି କହିଛି ପର୍ସନାଲ ଲ’ ବୋର୍ଡ । ସୁପ୍ରିମକୋର୍ଟରେ ଏ ନେଇ ସତ୍ୟପାଠ ଦାଖଲ କରିଛି ମୁସଲିମ୍ ପର୍ସନାଲ ଲ’ ବୋର୍ଡ ।

ବିବାହ ବିଛେଦ ପାଇଁ ତିନି ତଲାକ୍ ପନ୍ଥା ନ ଆପଣେଇବାକୁ କାଜି ମାନଙ୍କ ମାଧ୍ୟମରେ ପରାମର୍ଶ ଦିଆଯିବ । ସତ୍ୟପାଠରେ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ବା ଏଆଇଏମପିଏଲବି କହିଛି ଯେ ଗତ ଏପ୍ରିଲ ୧୫ ଓ ୧୬ରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ତିନି ତଲାକ୍ ପ୍ରଥା ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଛି ।

ସତ୍ୟପାଠରେ ଏଆଇଏମପିଏଲବି ଏହା ମଧ୍ୟ କହିଛି ଯେ ବିନା କାରଣରେ ତଲାକ୍ ଦେବା ଆଉ ଗୋଟିଏ ଥରକେ ତିିନି ଥର ତଲାକ୍ ଘୋଷଣା କରିବା ସରିୟା ଆଇନର ବିରୁଦ୍ଧାଚରଣ କରୁଛି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠ ତିନି ତଲାକ୍ ମାମଲାର ଶୁଣାଣି ମେ ୧୮ ତାରିଖରେ ଶେଷ କରିଛନ୍ତି । ତେବେ ଏହି ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ଉଚ୍ଚତମ ନ୍ୟାୟାଳୟ ।