ଅନାଥ ହିନ୍ଦୁ ଝିଅର ସାହାରା ହେଲେ ମୁସଲମାନ ପରିବାର ! ମନ୍ଦିରରେ ଧୁମଧାମରେ କରାଇଲେ ବିବାହ

33

ଆମ ଦେଶ ଭାରତ ଏକ ଧର୍ମନିରେପେକ୍ଷ ରାଷ୍ଟ୍ର । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ଆମ ଦେଶ ଭାରତରେ ବିଭିନ୍ନ ଧର୍ମ, ବିଭିନ୍ନ ପରମ୍ପରା, ଜାତିର ଲୋକ ବସବାସ କରନ୍ତି । ତଥାପି ନିଜ ନିଜ ଭିତରେ ସୌହାର୍ଦ୍ଧ୍ୟକୁ କେହି ଭୁଲନ୍ତି ନାହିଁ । ମିଳିମିଶି ଭାଇଚାରାରେ ଚଳନ୍ତି ଭାରତବାସୀ । ବିଶ୍ୱରେ ସବୁଠାରୁ ପୁରୁଣା ସଭ୍ୟତାର ଏକ ଜଣାଶୁଣା ଦେଶ ହେଉଛି ଭାରତ । ଯେଉଁଠି ଅନେକ ଧର୍ମ, ସଭ୍ୟତା, ପରମ୍ପରାର ଲୋକେ ଏକାଠି ବସବାସ କରୁଛନ୍ତି । ଏଠାରେ ଲୋକମାନେ ନିଜ ଧର୍ମ ଓ ଇଚ୍ଛା ଅନୁସାରେ ପାଖାପାଖି ୧୬୫୦ ଭାଷାର ବ୍ୟବହାର କରନ୍ତି । ସସ୍କୃତି, ପରମ୍ପରା, ଧର୍ମ ଓ ଭାଷା ଅଲଗା ହେଲେ ମଧ୍ୟ ଲୋକମାନେ ଏଠାରେ ଜଣେ ଅନ୍ୟ ଜଣଙ୍କର ସମ୍ମାନ କରନ୍ତି ।

ତଥାପି ବେଳେବେଳ ଜାତିପ୍ରଥା ଓ ଧର୍ମ ନେଇ ଦେଶରେ ଅରାଜକତା ଦେଖିବା ପାଇଁ ମିଳେ । ତେବେ ଧର୍ମନିରପେକ୍ଷ ହୋଇ ଗୋଟିଏ ମୁସଲମାନ ପରିବାର ଜଣେ ଅନାଥ ହିନ୍ଦୁଝିଅର ବିବାହ କରାଇ ଉଦାହରଣ ସୃଷ୍ଟି କରିଛନ୍ତି । ସୂଚନା ଅନୁସାରେ ଉତ୍ତରପ୍ରଦେଶର ଗୋଟିଏ ମୁସଲମାନ୍ ପରିବାର ହିନ୍ଦୁ ରୀତିନୀତି ଅନୁସାରେ ଅନାଥ ହିନ୍ଦୁ ଝିଅର ବିବାହ କରାଇଛନ୍ତି । ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ଏକ ମନ୍ଦିରରେ ମଙ୍ଗବାର ଦିନ ଅନାଥ ହିନ୍ଦୁ ଝିଅର ବିବାହ ସମ୍ପନ୍ନ ହୋଇଛି ।

ସୂଚନା ଅନୁସାରେ ଉକ୍ତ ଝିଅର ନାମ ହେଲା ସୁମନ । ସୁମନର ମା ୧୫ ବର୍ଷ ପୂର୍ବରୁ ଓ ବାପା ୩ ବର୍ଷ ପୂର୍ବରୁ ଇହଧାମ ତ୍ୟାଗ କରିଥିଲେ । ଆଉ ସେତେବେଳ ସୁମନଙ୍କୁ ହୋଇଥିଲା ମାତ୍ର ୧୫ ବର୍ଷ । ମା-ବାପାଙ୍କ ବିନା ଗୋଟେ ଝିଅ ସମାଜରେ ଜୀବନ ବିତାଇବା ବହୁତ ମୁସ୍କିଲ । କିଛି ଦିନ ପର୍ଯ୍ୟନ୍ତ ସୁମନ ଆଖପାଖ ଘରେ କମା କରି ଜୀବନ ବିତାଉଥିଲା । ଆଉ ଉକ୍ତ ମୁସଲମାନ ପରିବାରର ଆଖି ସୁମନ ଉପରେ ପଡ଼ିଥିଲା । ସୁମନର କଷ୍ଟ ସେମାନେ ଦେଖିପାରୁନଥିଲେ । ଆଉ ସୁମନର ବିବାହ କରାଇବା ପାଇଁ ସେମାନେ ମନସ୍ଥ କରିଥିଲେ । ଶେଷରେ ଖୁବ ଧୁମଧାମରେ ଏକ ମନ୍ଦିରରେ ସୁମନର ବିବାହ କରାଇଥିଲେ ମୁସଲମାନ୍ ପରିବାର । ସୁମନର ବିବାହ ଦେଖିବା ପାଇଁ ମନ୍ଦିରରେ ଅନେକ ଲୋକଙ୍କ ଭିଡ଼ ଜମିଥିଲା । ମୁସଲମାନ୍ ପରିବାର ଜଣେ ଅନାଥ ହିନ୍ଦୁ ଝିଅର ବିବାହ କରାଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।