ଏମିତି ଏକ ନିଆରା ଡ୍ୟାମ୍ ! ଯାହା ବିଦ୍ୟୁତ ଉତ୍ପାଦନ କରିବା ସହ ଶୁଣାଇବ ଜଳ ତରଙ୍ଗର ସ୍ୱର ।

36

କଣ ଆପଣ ଏମିତି କୌଣସି ଡ୍ୟାମ ଦେଖିଛନ୍ତି ଯେଉଁଠି ଜଳ ତରଙ୍ଗର ଅତି ମଧୁର ସ୍ୱରର ମଜା ଉଠାଯାଇପାରିବ । ସିମଲା ଜିଲ୍ଲାର ହାଟେକାଟିରେ ପୱର ନଦୀ ଉପରେ ଦେଶର ପ୍ରଥମ ଏମିତି ନିଆରା ଡ୍ୟାମ ନିର୍ମାଣ କରାଯାଇଛି । ଯାହାର ବେୟାର ଗୁଡିକୁ ପିଆନୋ ସଦୃଶରେ ତିଆରି କରାଯାଇଛି । ଆଉ ଏଥିରୁ ବିଦ୍ୟୁତ ଉତ୍ପାଦନ ହେବା ସହ ସଙ୍ଗୀତର ବାତାବରଣରେ ଚତୁଃପାଶ୍ୱ ଗୁଞ୍ଜରିତ ହୋଇଉଠିବ । ସିମଲା ଠାରୁ ପାଖାପାଖି ୧୦୦ କିଲୋମିଟର ଦୂରତାରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ହାଟକୋଟୀ ଦେଇ ବହୁଥିବା ପୱର ନଦୀ ଉପରେ ଏହି ଡ୍ୟାମର ନିର୍ମାଣ କରାଯାଇଛି ।

ସାବଡା କୁଣ୍ଡୁ ପରିଯୋଜନା ଅନ୍ତର୍ଗତ ଏହି ଡ୍ୟାମ୍ କାର୍ଯ୍ୟ ପ୍ରଦେଶର ସରକାରୀ କମ୍ପାନୀ ହିମାଚଳ ପାୱର କର୍ପୋରେସନକୁ ଦିଆଯାଇଛି । ଏହି ଡ୍ୟାମ ପାଖାପାଖି ପ୍ରସ୍ତୁତ ହୋଇସାରିଥିବା ବେଳେ ୫ ମାସ ମଧ୍ୟରେ ଏଥିରେ ପାଣି ଭରପୂର କରାଯିବ । ଡ୍ୟାମର ଯେଉଁ ଭାଗରୁ ୭ଟି ଧାରା ବୋହିବ ତାହା ପାଖାପାଖି ଅଧା କିଲୋମିଟର ବିସ୍ତାର ହୋଇଛି । ଏହି ଡ୍ୟାମ୍ ଦ୍ୱାରା ଦେଶବିଦେଶର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି ।

ବିଦ୍ୟୁତ ଉତ୍ପାଦନ କରାଯିବା ନିମନ୍ତେ ଏଥିରେ ତିନୋଟି ମେସିନ ସ୍ଥାପିତ କରାଯାଇଛି । ଜଳର ଧାରାରୁ ସୃଷ୍ଟି ହେଉଥିବା ସ୍ୱର ତରଙ୍ଗ ପର୍ଯ୍ୟଟକ ମାନଙ୍କୁ ବେଶ ଆକର୍ଷିତ କରିବ । ଏଥି ପାଇଁ ଡ୍ୟାମଟିକୁ ଏଭଳି ରୂପ ଦିଆଯାଇଛି ।