ସ୍ୱାଧୀନତା ଦିବସରେ ରିଲିଜ ହେଲା ସଲିମ-ସୁଲେମାନଙ୍କ ନୂଆ ଗୀତ ! ଯବାନଙ୍କୁ କଲେ ସମର୍ପିତ

61

ଯବାନଙ୍କ ପାଇଁ ସ୍ୱତନ୍ତ୍ର ଗୀତ । ଦେଶରେ ୭୧ ତମ ସ୍ୱାଧୀନତା ଦିବସ ଅବସରରେ ଲୋକପ୍ରିୟ ମ୍ୟୁଜିକ କମ୍ପୋଜର ସଲୀମ୍- ସୁଲେମାନ୍ ଯବାନଙ୍କ ପାଇଁ ସମର୍ପିତ କରି ଏକ ଗୀତ ରିଲିଜ କରିଛନ୍ତି । ଗୀତ ‘ମେରା ଦେଶ ହି ମେରା ଧର୍ମ ହେ’କୁ ଗାଇଛନ୍ତି ସଲିମ ମର୍ଚ୍ଚାଂଟଣ୍ଟ ।

ଏଏନଆଇ ସହ କଥାବାର୍ତ୍ତା ସମୟରେ ସଲୀମ୍ ମର୍ଚ୍ଚାଂଟ କହିଛନ୍ତି, ଏହି ଗୀତର ତିଆରି ପାଇଁ ପ୍ରଧାନମନ୍ତ୍ରୀ ହିଁ ତାଙ୍କୁ ପରାମର୍ଶ ଦେଇଥିଲେ । ୭୧ ତମ ସ୍ୱାଧୀନତା ଦିବସକୁ ପାଳନ କରିବାର ଏହି ବିଚାର ଆମକୁ ବହୁତ ପସନ୍ଦ ଆସିଥିଲା । ଆମ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ଯବାନଙ୍କ ଉଦ୍ଦେଶ୍ୟରେ ଆମେ ଏହି ଗୀତକୁ ସମର୍ପିତ କରିବା ପାଇଁ ଚାହୁଁଛୁ । ସନ୍ଦୀପ ଶ୍ରୀବାସ୍ତବ ଏହି ଗୀତ ରଚନା କରିଛନ୍ତି ।

ଗୀତ ବିଷୟରେ ସୁଲେମାନ କହିଛନ୍ତି, ଦେଶର ସ୍ୱାଧୀନତାକୁ ୭୦ ବର୍ଷ ପୁରା ହୋଇଯାଇଛି । କିନ୍ତୁ ଏବେ ପର୍ଯ୍ୟନ୍ତ ସବୁ ଗୀତ ଦେଶ ଉଦ୍ଦେଶ୍ୟରେ ତିଆରି ହୋଇଛିି । ଯବାନଙ୍କ ପାଇଁ କୌଣସି ବି ଗୀତ ତଆରି ହୋଇନି । ତେଣୁ ସ୍ୱାଧୀନତା ଦିବସରେ ଆମେ ଯବାନଙ୍କୁ ଏହି ଗୀତ ଉତ୍ସର୍ଗ କରୁଛୁ । ଆମ ଯବାନଙ୍କ ବଳିଦାନ ପାଇଁ ହିଁ ଭାରତ ସ୍ୱତନ୍ତ୍ର ଦେଶ ରୂପେ ପରିଚୟ ହାସଲ କରିପାରିଛି ।