ବିଜେପିରେ ସାମିଲ୍ ହେଲେ ବଲିଉଡର ପ୍ରସିଦ୍ଧ ସଙ୍ଗୀତକାର ସାଜିଦ୍ ଓ ୱାଜିଦ୍

52

ସଙ୍ଗୀତରେ ନିଜ ଜଲୱା ଦେଖାଇବା ପରେ ଏବେ ରାଜନୀତିରେ ଭାଗ୍ୟ ପରଖିବେ ବଲିଉଡର ପ୍ରସିଦ୍ଧ ସଙ୍ଗୀତକାର ସାଜିଦ ଓ ୱାଜିଦ ଅଲ୍ଲୀ । ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଏହି ଦୁଇ ସଙ୍ଗୀତକାର ଭାଇ । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବିଜେପିର ଯୁବ ଶାଖା ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଜିଦ ଓ ୱାଜିଦ ଯୋଗ ଦେଇଥିଲେ ।

ଦବଙ୍ଗ, ବୀର, ତେରୀ ମେରି କାହାନୀ, ହୀରୋପନ୍ତି ଆଦି ବହୁତ ସଫଳ ସିନେମାରେ ସାଜିଦ-ୱାଜିଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ସଙ୍ଗୀତରେ ସଫଳତା ସାଉଁଟିଥିବା ସାଜିଦ-ୱାଜିଦଙ୍କ କ୍ୟରିୟରକୁ ରାଜନୀତି କେତେ ମାଇଲେଜ୍ ଦେଉଛି ତାହା ସମୟ ଆସିଲେ ଜଣାପଡିବ  ।