ଶସ୍ତା ହେଲା ଶ୍ରାବଣୀ ଛତୁ ! ଅମଳ ଅଧିକ ଯୋଗୁଁ ୫ଶହରୁ ୨ଶହକୁ ଖସିଲା ଦର, ଗ୍ରାହକ ଖୁସ୍, ପାରିଶ୍ରମିକ ମିଳୁନଥିବାରୁ ବ୍ୟବସାୟୀ ଅସନ୍ତୁଷ୍ଟ ।

132

କନକ ବ୍ୟୁରୋ : ଶ୍ରାବଣ ଛତୁ । ଏହି ନାଁ ଶୁଣିଲେ ଲୋକଙ୍କ ମୁହଁରେ ପାଣି ଆସିଯାଏ । କାରଣ ଏହାର ସ୍ୱାଦ କୌଣସି ଆମିଷ ଖାଦ୍ୟଠାରୁ କମ୍ ନୁହେଁ । ଆଉ ଏହି ଛତୁ ମାସକ ତଳେ ୫ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ନବରଙ୍ଗପୁର ବଜାରରେ ୨ ଶହ ଟଙ୍କାରେ ମିଳୁଛି । ଫଳରେ ଗ୍ରାହକ ଖୁସି ହେଉଥିବା ବେଳେ ପାରିଶ୍ରମିକ ମିଳୁନଥିବା କହିଛନ୍ତି ବ୍ୟବସାୟୀ ।

ଶସ୍ତା ହେଲା ଶ୍ରାବଣ ଛତୁ । ଅଧିକ ଉତ୍ପାଦନ ଯୋଗୁ କମିଲା ଦର । ନବରଙ୍ଗପୁର ବଜାରରେ ଶସ୍ତାରେ ମିଳୁଛି ମହଙ୍ଗା ଛତୁ । ଏବେ ବଜାରରେ ଯୁଆଡେ ଆଖି ବୁଲାଇଲେ ଦେଖାଯାଉଛି କେବଳ ଶ୍ରାବଣ ଛତୁ । ବର୍ଷା ଦିନେ ଉଇ ହୁଙ୍କା ଓ ଜଙ୍ଗଲିଆ ଜାଗରେ ହୋଇଥିବା ଏହି ଛଚ୍ଛୁର ସ୍ୱାଦ ସବୁଦିନେ ବଜାରରେ ମିଳୁଥିବା ଛତୁଠାରୁ କିଛି ଅଲଗା । ତେଣୁ ଏହି ଶ୍ରାବଣ ଛତୁ ବଜାରକୁ ଆସିବା କ୍ଷଣି  ୫ଶହରୁ ୬ଶହ ଟଙ୍କାରେ କିଣିଥାନ୍ତି ଗ୍ରାହକ । ହେଲେ ଏବେ ଉତ୍ପାଦନ ଅଧିକ ହେଉଥିବାରୁ ନବରଙ୍ଗପୁର ବଜାରରେ ଏହାର ଦର କମି ଯାଇଛି ।

୫ଶହରୁ ଦର ଖସିଛି ୨ଶହ । ଗରିବ ପାଟିରେ ବାଜିଲା ଶ୍ରାବଣ ଛତୁ । ଶ୍ରାବଣ ଛତୁ ଦାମ୍ କମି ଯାଇଥିବାରୁ ଏହାକୁ କିଣିବା ଗରିବ ଗୁରୁବାଙ୍କ ପାଇଁ ସମ୍ଭବ ହୋଇପାରୁଛି । ସେପଟେ କିନ୍ତୁ ଦର କମିବାରୁ ବ୍ୟବସାୟୀଙ୍କ ମନରେ ଦୁଃଖ । କାରଣ ଦର ୫ଶହରୁ ୨ ଶହକୁ ଖସିଯିବାରୁ ପ୍ରରିଶ୍ରମିକ ମିଳୁନାହିଁ । ଶ୍ରାବଶ ଛତୁକୁ ଲୋକେ ଆମିଷଠାରୁ ଅଧିକ ପସନ୍ଦ କରୁଥିବାରୁ ଏହାର ଦର ସବୁବେଳେ ଉଚ୍ଚା ରହିଥାଏ । ହେଲେ ଏବେ ବଜାରରେ ଏହା ଅଧିକ ମାତ୍ରାରେ ଉପଲବ୍ଧ ହେଉଥିବାରୁ ଏହାର ରେଟ୍ କମି ଯାଇଛି ।