କ’ଣ ମା’ ଏମିତି କରିପାରେ! ଦୁଇଦିନର ଶିଶୁକନ୍ୟାକୁ କମୋଡରେ ଫ୍ଲସ୍ କଲା ମା’ ।

36

କୁହନ୍ତି ଯାହାର ମା’ ନାହିଁ ତାର ସାହା ନାହିଁ । ଶିଶୁର କୁଆଁ କୁଆଁ କାନ୍ଦଠାରୁ ଆରମ୍ଭ କରି ତାର ସବୁ ଅଳି ଅଝଟକୁ ସହ୍ୟ କରୁଥିବା ଜନ୍ମଦାତ୍ରୀ ମା’ର ତ୍ୟାଗକୁ କଥାରେ ବର୍ଣ୍ଣନା କରିବା ହେଉଛି କାଠିକର ପାଠ । କିନ୍ତୁ କଳୁଷିତ ସମାଜର ଢାଞ୍ଚାରେ ମା’ ଯେ କଳୁଷିତ ହୋଇଯାଉଛି ଏହା ଭାଗ୍ୟର ବିଡମ୍ବନା ନୁହଁ ତ ଆଉ କ’ଣ । ଗର୍ଭାବସ୍ଥାରେ ଥିବା ସମୟରେ ଡାକ୍ତରଖାନା କମୋଡରେ ଶିଶୁକୁ ଜନ୍ମ ଦେଇ ଗର୍ଭନଳୀକୁ କାଟିବା ପରେ ଶିଶୁକୁ ଫ୍ଲସ୍ ଦବାଇବା ଭଳି ନିଚ କାମ କରିଛି ଜଣେ ମା’ ।
ଘଟଣାଟି ଘଟିଛି କେରଳର ମଲ୍ଲପୁରମର ଏକ ଡାକ୍ତରଖାନାରେ । ପାଇଖାନା ସଫା କରୁଥିବା କର୍ମଚାରୀ ଫ୍ଲସ୍ ଦବାଇବା ସମୟରେ ପାଣି ଜାମ୍ ହୋଇଯାଇଥିଲା । କର୍ମଚାରୀ ପ୍ଲମ୍ବରକୁ ଡକାଇ ଏହାକୁ ସଫା କରିବା ସମୟରେ ପାଇଖାନାରୁ ରକ୍ତାକ୍ତ ଅବସ୍ଥାରେ ଏକ ମୃତ୍ୟୁ ଶିଶୁକନ୍ୟା ବାହାରିଲା । ହସପିଟାଲ୍ କର୍ତ୍ତୁପକ୍ଷ ଏନେଇ ପୋଲିସକୁ ଜଣାଇଥିଲେ । ବର୍ତ୍ତମାନ ପୋଲିସ୍ ଉକ୍ତ ସନ୍ତାନହନ୍ତା ମା’କୁ ଖୋଜିବାରେ ଲାଗିଛି ।