ଆଲିଗଡ ଶିଶୁକନ୍ୟା ହତ୍ୟା ଘଟଣା: ଅଭିଯୁକ୍ତ ବଖାଣିଲେ କାହିଁକି ଓ କିଭଳି କରିଥିଲେ କୁନି ଝିଅର ହତ୍ୟା, ଏଭଳି ନାରକୀୟ କାଣ୍ଡ ପଛରେ ଥିଲା କି ଉଦ୍ଦେଶ୍ୟ

912

କନକ ବ୍ୟୁରୋ: ଉତରପ୍ରଦେଶ ଆଲିଗଡର ଘଟଣା ସାରା ଦେଶବାସୀଙ୍କୁ ପୁଣି ଥରେ ସ୍ତବ୍ଧ କରିଦେଇଛି । ଏକ ୩ ବର୍ଷର ନିରୀହ ନିଷ୍ପାପ ଶିଶୁକନ୍ୟାକୁ ଅତି ନିର୍ମମ ଭାବେ ହତ୍ୟା କରି ତାର ମୃତଦେହକୁ ଦୁବୃତ୍ତମାନେ ର୍ଆବର୍ଜନା କୁଣ୍ଡରେ ଫିଙ୍ଗି ଦେବା ଅତ୍ୟନ୍ତ ହୃଦୟବିଦାରକ ଘଟଣା । ତେବେ ପୁଲିସ ଘଟଣାରେ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରହିଛି । ସେପଟେ ମାମଲାଟିକୁ ପସ୍କୋ ଆକ୍ଟରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଏହି ୩ ବର୍ଷର ନିର୍ବୋଧ ଶିଶୁ କନ୍ୟା ସହ ଯାହା ଘଟିଥିଲା ତାହା ଜାଣିଲେ ଆପଣଙ୍କ ଆଖି ବି ଲୁହରେ ଭରିଯିବ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମାତ୍ର ୧୦ ହଜାର ଟଙ୍କା ପାଇଁ ହତ୍ୟାକାରୀମାନେ ମାନବିକତା ଭୁଲି ଶିଶୁଟିକୁ ଅପହରଣ କରି ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ତଂଟି ଚିପି ଏବଂ ପଥରରେ ଛେଚି ଛେଚି ହତ୍ୟା କରିଦେଇଥିଲେ । ଏତିକିରେ ତାଙ୍କ ମନ ଭରିନଥିବା ଶିଶୁଟିର ମୃତଦେହକୁ ଏକ ପଲିଥିନ ବ୍ୟାଗରେ ଭରି ତାର ଘର ନିକଟରେ ଥିବା ଏକ ଆବର୍ଜନା କୁଣ୍ଡରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ଗତ ୩୦ ତାରିଖରେ ନିଖୋଜ ଥିବା ଶିଶୁର ରକ୍ତ ଜୁଡୁବୁଡୁ ମୃତଦେହକୁ ତାର ଘର ନିକଟରେ ଥିବା ଏକ ଡଷ୍ଟବିନରେ ଜୁନ ୨ ତାରିଖରେ ଗଳିତ ଅବସ୍ଥାରେ ପରିବାର ଲୋକଙ୍କୁ ମିଳିଥିଲା । ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ପୁଲସ୍ ଗିରଫ କରି ପଚରାଉଚରା କରିବାକୁ ଅଭିଯୁକ୍ତ ମାନିଥିଲେ କି , କିଭଳି ଆଉ କେଉଁ କାରଣରୁ ସେମାନେ ଏଭଳି ଅମାନବୀୟ କାଣ୍ଡ ଭିଆଇଥିଲେ ।

source : eNavakal

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ନିଜ ଅପରାଧ ମାନିନ୍ତି । ସେମାନଙ୍କ କହିବା ଅନୁସାରେ, ୧୦ ହଜାର ଟଙ୍କାକୁ ନେଇ ଶିଶୁଟିର ପରିବାର ସହ ସେମାନଙ୍କର ବିବାଦ ଲାଗି ରହିଥିଲା । ଯାହାକି ଶିଶୁଟିର ପରିବାର ଉପରେ ବାକି ରହିଥିଲା । ତେଣୁ ଟଙ୍କା ନମିଳିବାରୁ ସେମାନେ ଝିଅଟିକୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି ।ଅନ୍ୟପଟେ, ଶିଶୁଟିକୁ ଦୁଷ୍କର୍ମ କରାଯାଇଥିବା ଶିଶୁଟିର ପରିବାର ଲୋକଙ୍କର ଅଭିଯୋଗ ରହିଛି ମାତ୍ର ପୋଷ୍ଟମର୍ଟମ ରିପୋର୍ଟରେ ଜଣାଯାଇଛି ଯେ, ଶିଶୁର ଶରୀରକୁ ଏଭଳି ନଷ୍ଟ କରି ଦିଆଯାଇଥିଲା ଯେ ଦୁଷ୍କର୍ମ ଭଳି ଅପରାଧର ଯାଞ୍ଚ କରାଯିବା ସମ୍ଭବପର ନୁହେଁ। ହତ୍ୟାକାରୀ ମାନେ ଶିଶୁର କିଡିନକୁ ବି ବାହାର କରି ଦେଇଥିଲେ।