ସୁନ୍ଦରଗଡ ଦର୍ଲିପାଲିରେ ପାରିବାରିକ କଳହକୁ ନେଇ ନୃଶଂସ କାଣ୍ଡ :୨ ଝିଅ ଓ ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ୱାମୀ

0

ସୁନ୍ଦରଗଡ : ସ୍ୱାମୀ ବନିଲା ସଇତାନ । ସୁନ୍ଦରଗଡ ଭସ୍ମା ଥାନା ଦର୍ଲିପାଲିରେ ଅଭାବନୀୟ ଘଟଣା ଘଟିଛି । ପେଟ୍ରୋଲ ଢାଳି ୨ ଝିଅ ଓ ସ୍ତ୍ରୀକୁ ସ୍ୱାମୀ ଜାଳିଦେଇଥିବା ଅଭିଯୋଗ ହୋଇଛି । ଶୋଇଥିବା ବେଳେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।

ଗୁରୁତର ୩ ଜଣଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତି କରାଯାଇଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀ ଘଟଣା ପରେ ଫେରାର ରହିଛି ।

Comments are closed.