ରାଉରକେଲା : ତାରାତାରିଣୀ ପଲ୍ଲୀରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ

40

କନକ ବ୍ୟୁରୋ : ରାଉରକେଲାରେ ଚାଂଚଲ୍ୟ । ସେକ୍ଟର ୬ ତାରାତାରିଣୀ ପଲ୍ଲୀରେ ଜଣେ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ନିକଟରେ ଥିବା ପାହାଡ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶବ ନିକଟରୁ ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ମହିଳା ଜଣକୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଆଡିସନାଲ ଏସପି ଓ ପୁଲିସ କର୍ମଚାରୀ ଘଟଣାର ତଦନ୍ତ କରୁଛନ୍ତି । ତେବେ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଫରେନସିକ ଟିମ ପହଂଚି ଘଟଣାର ଅଧିକ ଛାନଭିନ କରିବ ।