ପଂଚାୟତ ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା : ୱାର୍ଡମେମ୍ବରଙ୍କ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗ

41

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା । ୱାର୍ଡମେମ୍ବରଙ୍କ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗ । ଏପରି ଅଭିଯୋଗ ଆସିଛି ଯାଜପୁର ବିଂଝାରପୁର ଥାନା ରତଳାଙ୍ଗ ଗାଁରୁ । ଗାଁର ପ୍ରମୋଦ ମଳିକଙ୍କ ଗଳିତ ଶବ ଅର୍ଦ୍ଧ ନିର୍ମିତ ସ୍କୁଲ ପରିସରରୁ ମାଟି ତଳୁ ଗତକାଲି ପୋଲିସ ଉଦ୍ଧାର କରିଥିଲା ।

ଗତ ୧୦ ଦିନ ତଳେ ସେ ନିଖୋଜ ହୋଇଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଏ ନେଇ ପୋଲିସ ତଦନ୍ତ କରିଥିଲେ ମଧ୍ୟ କୌଣସି ଖୋଜ ଖବର ମିଳିନଥିଲା । ଗତକାଲି ବୁଲା କୁକୁର ମାଟି ତଳୁ ଏହି ଗଳିତ ଶବକୁ ଠାବ କରିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ପରେ ସାଇଂଟିପିଂକ୍ ଟିମ୍ ପହଂଚିବା ପରେ ଗଳିତ ଶବକୁ ଉଦ୍ଧାର କରାଯାଇଛି ।

ତାଙ୍କୁ ରାଜନୈତିକ ଶତୃତା ଯୋଗୁଁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏ ନେଇ ତଦନ୍ତ ଜାରି ରହିଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –