ଦାଦନ ଖଟିବାକୁ ଯାଇଥିବା ଜଣେ ଓଡିଆ ଯୁବକଙ୍କୁ ଚେନ୍ନାଇରେ ହତ୍ୟା !

17

କନକ ବ୍ୟୁରୋ : ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡିଆ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ପୁରୀ ଜିଲ୍ଲା ପିପିଲି କମଳାସାଗର ପାଟଣାର କୈଳାଶ ବେହେରା । ସେ ଦୀର୍ଘ ୨୯ ବର୍ଷ ହେବ ଚେନ୍ନାଇ ଏସଏସ କମ୍ପାନୀରେ କାମ କରୁଥିଲେ । ତେବେ ରବିବାର କୌଣସି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ପିପିଲି ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ।