ସୈତାନ ସାଜିଲା ଭାଇ ! ଟଙ୍କା ପାଇଁ ଅପହରଣ ପରେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ହତ୍ୟା କଲା ସମ୍ପର୍କୀୟ ଭାଇ

28

କନକ ବ୍ୟୁରୋ : କେଇଟା ଟଙ୍କା ପାଇଁ ସୈତାନ ସାଜିଲା ଭାଇ । ଟଙ୍କା ପାଇଁ ରକ୍ତ ସଂର୍ପକକୁ ଭୁଲି ଗଲା ଭାଇ । ଅପହରଣ କରି ଭାଇକୁ ହତ୍ୟା କଲା ଭାଇ । ଟଙ୍କା ପାଇଁ ଛାର ହୋଇଗଲା ସମ୍ପର୍କ । ଏଭଳି ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ପର୍ଜଙ୍ଗ ବ୍ଲକର ମୁକ୍ତାପଶି ଗାଁରେ । ଯାହାକୁ ନେଇ ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି । ମୁକାପଶି ଗାଁର ବ୍ୟବସାୟୀ ପ୍ରଦିପ ସାହୁଙ୍କ ୮ ବର୍ଷର ପୁଅ ପ୍ରବୀଣକୁ କେହି ଅପହରଣ କରିନେଇଥିଲା ।

ଏହାପରେ ପ୍ରଦୀପଙ୍କୁ ଫୋନ କରି ଅପହରଣକାରୀ ପ୍ରବୀଣକୁ ଛାଡିବା ପାଇଁ ୧୦ଲକ୍ଷ ଟଙ୍କା ଦାବି କରିଥିଲା । ଏନେଇ ପୋଲିସକୁ ଜଣାଇଲେ ସ୍ଥିତି ଆହୁରି ଖରାପ ହେବ ବୋଲି ମୋବାଇଲରେ ଧମକ ପୂର୍ଣ୍ଣ ମେସେଜ ଦେଇଥିଲା ଅପହରଣକାରୀ । ତେବେ ଦିନକ ପରେ ଅପହୃତ ନାବାଳକ ପ୍ରବୀଣଙ୍କ ମୃତ ଦେହ ପୋଲିସ ଜବତ କରିଛି । ଘଟଣାର ଛାନଭିନ ପରେ ଜଣାପଡ଼ିଛି ଯେ ହତ୍ୟାକାରୀ ହେଉଛନ୍ତି ବଡ଼ ବାପାଙ୍କ ପୁଅ ସତ୍ୟସ୍ୱରୁପ ସାହୁ । ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।