ବାରିପଦାରେ ଅଭାବନୀୟ ଘଟଣା । ୨ ପତ୍ନୀଙ୍କୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା : ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରୁ ମିଳିଲା ମୃତଦେହ

ବାରିପଦାରେ ଟ୍ରିପଲ୍ ମର୍ଡର ସନ୍ଦେହ

435

କନକ ବ୍ୟୁରୋ : ବାରିପଦାରେ ଟ୍ରିପଲ୍ ମର୍ଡର ସନ୍ଦେହ । ବାରିପଦା ସଦର ଥାନା ଅନ୍ତର୍ଗତ ତାଡିକିଶଳ ଗାଁରେ ଟ୍ରିପଲ୍ ମର୍ଡର ସନ୍ଦେହ  । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ନେଇ ସୂଚନା ମିଳିଛି । ଘର ଭିତରୁ ୨ ଜଣ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ  ଉଦ୍ଧାର କରାଯାଇଛି  । ତେବେ ନିକଟରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ସ୍ୱାମୀଙ୍କ ମୃତଦେହ । ଏହି ଟ୍ରିପଲ୍ ମର୍ଡରର କାରଣ କିଛି ଜଣାପଡିନାହିଁ । ଖବର ପାଇବା ପରେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ, ଆତ୍ମହତ୍ୟା ସମ୍ପର୍କରେ କିଛି ଜଣାପଡିନଥିଲେ ବି ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡିଛି , ସେ ମାନସିକ ରୋଗରେ ଆକ୍ରାନ୍ତ ଥିଲେ ।
ଏବଂ କୌଣସି ଟାଣୁଆ ଅସ୍ତ୍ରରେ ନିଜର ୨ ସ୍ତ୍ରୀକୁ ହତ୍ୟା କରିବା ସହ ନିଜେ ଘର ପ୍ରାଙ୍ଗଣରେ ଏକ ଗଛରେ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଛି କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ଖୁବଶୀଘ୍ର ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।