ବ୍ରହ୍ମପୁରରେ ମୁମ୍ବାଇ ଅଣ୍ଡରୱାର୍ଲଡ : ୪ଜଣ ଗିରଫ ପରେ ପୁଲିସର ଖୋଳତାଡ଼

30

କନକ ବ୍ୟୁରୋ : ମୁମ୍ବାଇ ଅଣ୍ଡରୱାର୍ଲଡ ଲିଙ୍କରେ ବ୍ରହ୍ମପୁରରୁ ୪ ଜଣ ଗିରଫ ହେବା ଘଟଣା ରାଜ୍ୟ ପୋଲିସର ନିଦର ହଜାଇଦେଇଛି । ଗିରଫ ୪ ଜଣଙ୍କଠାରୁ ଚୀନ ନିର୍ମିତ ସିମ୍ ଜବତ ହେବା ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଦେଇଛି । ଗିରଫ ଭୟରେ ଦେଶ ବାହାରେ ରହି ଗ୍ୟାଙ୍ଗଷ୍ଟର ଏଜେଂଟମାନଙ୍କ ଜରିଆରେ ସେମାନଙ୍କ ନେଟୱର୍କ ଚଳାଉଥିବା ଏହା ସ୍ପଷ୍ଟ କରିଛି ।

ଆଉ ଏହି ଗ୍ୟାଙ୍ଗଷ୍ଟରମାନଙ୍କ ପାଇଁ ଓଡିଶା ଏବେ ନିରାପଦ ସ୍ଥାନ ପାଲଟିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ସିମ୍ ବକ୍ସ ମାଧ୍ୟମରେ ଚାଲିଥିବା ଏହି କାରବାରର ପ୍ରମାଣ ବ୍ରହ୍ମପୁର ପୁଲିସ ହାତରେ ଲାଗିଛି । ଛୋଟା ରାଜନ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ସୁରେଶ ପୂଜାରୀ ମୁମ୍ବାଇସ୍ଥିତ ଜଣେ ଜମି ବ୍ୟବସାୟୀଙ୍କୁ ବ୍ରହ୍ମପୁରର ଏହି ସିମ୍ ବକ୍ସ ମାଧ୍ୟମରେ ୨ କୋଟି ଟଙ୍କାର ଦାଦାବଟି ମାଗିଥିଲେ । ଏହାର ସୁରାଗ ଖୋଜି ଖୋଜି ବ୍ରହ୍ମପୁରର ଲିଙ୍ଗ୍ ଜାଣି ପାରିଥିଲା ମୁମ୍ବାଇ ପୁଲିସ୍ ।

ବ୍ରହ୍ମପୁର ନିକଟ ଆମ୍ବପୁଆରୁ ଏହାର ମାଷ୍ଟର ମାଇଣ୍ଡ ଟି ଲକ୍ଷ୍ମୀନାରାୟଣ ସ୍ରଫକୁ ଗୋପାଳପୁର ପୁଲିସ ଗିରଫ କରିବା ପରେ ଗୋଟିଏ ପରେ ଗୋଟିଏ ସତ ପଦାକୁ ଆସିଛି । ଟି ଲକ୍ଷ୍ମୀନାରାୟଣ ସହ ପ୍ରଦୀପ ଚୌଧୁରୀ, ସୁରେଶ ଶତପଥୀ, ସନ୍ତୋଷ ସାହୁଙ୍କୁ ମଧ୍ୟ ଗିରଫ କରିଛି ପୁଲିସ । ଏହି ୪ ଜଣ ଅଭିଯୁକ୍ତ ଏକାଠି ବ୍ରହ୍ମପୁରରେ ଏସ-ୱାଲ୍ଡ ନାମକ ଏକ ସଂସ୍ଥା ଗଢି ଚଳାଇଥିଲେ ଏହି ବେଆଇନ୍ କାରବାର । ଆଜି ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡ ଆଣିବ ।