୮ମ ଶ୍ରେଣୀ ଫେଲ୍ ଯୁବକ ହେଲେ ସାଇବର ସିକ୍ୟୁରିଟି ଏକ୍ସପର୍ଟ ! ଅନେକ ବଡ଼ ବଡ଼ କଂପାନୀ ଆଜି ତାଙ୍କର କ୍ଲାଇଂଟ, ଶିଖୁଛନ୍ତି ସାଇବର ସୁରକ୍ଷା ପାଠ

48

କୁହାଯାଏ ପଢିବ ଲେଖିବ ଯଦି ହେବ ନବାବ , ଖେଳିଲେ–କୁଦିଲେ ହେବ ଖରାପ । ଏହି କଥା ପ୍ରତି ମା-ବାପା ନିଜର ପିଲାଙ୍କୁ କହିଥାନ୍ତି । କାରଣ ପାଠପଢା ଦ୍ୱାରା ଜଣେ ବ୍ୟକ୍ତି ଆଗକୁ ବଢିଥାଏ । ଏବଂ ଲକ୍ଷ୍ୟ ହାସଲ କରିଥାଏ । କିନ୍ତୁ ମୁମ୍ବାଇର ଜଣେ ଯୁବକ ଏହି କଥାକୁ ଭୁଲ୍ ପ୍ରମାଣିତ କରିଛନ୍ତି । ଯାହାକୁ ନେଇ ଖୁବ୍ ଆଲୋଚନା ।

ମୁମ୍ବାଇରେ ରହୁଥିବା ତ୍ରିଶନିତ୍ ଅରୋରାଙ୍କୁ ପାଠପଢାରେ ଜମା ମନ ଲାଗୁନଥିଲା । ଯାହା ଦ୍ୱାରା ତାଙ୍କର ପୁରା ପରିବାର ଚିନ୍ତିତ ଥିଲେ । ତାଙ୍କର ଭବିଷ୍ୟତକୁ ନେଇ ପରିବାର ଲୋକେ ଖୁବ୍ ବ୍ୟଥିତ ଥିଲେ । କିନ୍ତୁ ତ୍ରିଶନିତଙ୍କ ରୁଚି ହିଁ ତାଙ୍କର ସଫଳତା ସାଜିଥିଲା । ଏବଂ ଆଜି ସେ ୨୩ ବର୍ଷ ବୟସରେ ଜଣେ ସାଇବର ସିକ୍ୟୁରିଟି ଏକ୍ସପର୍ଟ ହୋଇଛନ୍ତି । ହ୍ୟୁମନ୍ ଅଫ୍ ବମ୍ବେ ର ଫେସବୁକ୍ ପେଜରେ ତାଙ୍କର ଇଂସ୍ପିରେଶନଲ୍ ଷ୍ଟୋରୀ ଶେୟାର ହୋଇଛି । ଆଉ ଏହାକୁ ଅନେକ ଯୁବପିଢି ଜାଣି ପ୍ରେରିତ ହେଉଛନ୍ତି । ଯେଉଁଥିରେ କୁହାଯାଇଛି କେମିତି ସେ ସ୍କୁଲ ପାଠପଢା ଛାଡି ନିଜର ଇଚ୍ଛା ଅନୁସାରେ ଯାଇ ଲକ୍ଷ୍ୟ ହାସଲ କରିଛନ୍ତି।

ତ୍ରିଶନିତଙ୍କ ପିଲାଦିନ ବିତୁଥିଲା ଭିଡିଓ ଗେମ୍ ଖେଳରେ –
ତ୍ରିଶନିତ୍ ଅରୋରା କହିଛନ୍ତି , ପିଲାଦିନୁ ତାଙ୍କର କମ୍ପୁଟର ପ୍ରତି ରୁଚିଥିଲା । ସେ ସର୍ବଦା ଭିଡିଓ ଗେମ୍ ଖେଳୁଥିଲେ । ଦୀର୍ଘ ସମୟ ଧରି କମ୍ପୁଟର ସହ ବସୁଥିବା ନେଇ ତାଙ୍କର ପିତା ଚିନ୍ତିତ ହେଉଥିଲେ । ତେଣୁ ସେ ପ୍ରତିଦିନ କମ୍ପୁଟରର ପାସୱାର୍ଡକୁ ବଦଳାଉଥିଲେ । କିନ୍ତୁ ତ୍ରିଶନିତ୍ ପ୍ରତିଦିନ ପାସୱାର୍ଡକୁ କ୍ରେକ୍ କରିଦେଉଥିଲେ । କିନ୍ତୁ ଏହି କାମକୁ ଦେଖି ତାଙ୍କର ପିତା ମଧ୍ୟ ପ୍ରଭାବିତ ହୋଇଗଲେ । ଏବଂ ନୂଆ କମ୍ପୁଟର ଆଣି ତାଙ୍କୁ ଦେଲେ । ଏମିତି ଏକ ସମୟ ଆସିଲା ତ୍ରିଶନିତଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଲା । ସେ ନିଜର ଲକ୍ଷ୍ୟ ପଥରେ ଆଗେଇଲେ ।

ସ୍କୁଲ୍ ଛାଡି କଲେ ପ୍ରୋଜେକ୍ଟ କମ –
ଦିନେ ତ୍ରିଶନିତଙ୍କର ସ୍କୁଲ୍ ପ୍ରିନ୍ସପାଲ୍ ତାଙ୍କର ମାତା-ପିତାଙ୍କୁ ସ୍କୁଲକୁ ଡାକିଲେ । ଆଉ କହିଥିଲେ ତାଙ୍କର ପିଲା ୮ମ ଫେଲ୍ ହୋଇଯାଇଛନ୍ତି । ଏହାପରେ ତାଙ୍କର ମାତା-ପିତା ପଚାରିଥିଲେ କଣ କରିବାକୁ ଚାହୁଁଛ । ସେ କହିଥିଲେ କମ୍ପୁଟରରେ ନିଜର କ୍ୟାରିୟର କରିବେ । ତ୍ରିଶନିତ୍ ପିତାଙ୍କ କଥା ଅନୁସାରେ ସ୍କୁଲ୍ ଛାଡିଦେଲେ । ଏବଂ କମ୍ପୁଟରର ବିଷୟରେ ଶିଖିଲେ । ୧୯ ବର୍ଷ ବୟସରେ ସେ କମ୍ପୁଟର ଫିକ୍ସଂ ଓ ସଫ୍ଟୱେର କ୍ଲିନିଂ କରିବା ଶିଖିଯାଇଥିଲେ । ଯାହା ପରେ ସେ ଛୋଟଛୋଟ ପ୍ରୋଜେକ୍ଟରେ କାମ କରିବାକୁ ଲାଗିଲେ । ତାଙ୍କୁ ୬୦ ହଜାର ଟଙ୍କାର ପ୍ରଥମ ଚେକ୍ ମିଳିଥିଲା । ଏହାପରେ ସେ ପଇସା ସଂଚୟ କରି ନିଜର କଂପାନୀରେ ଖର୍ଚ୍ଚ କରିବାକୁ ଭାବିଲେ । ଆଜି ଏହି କଂପାନୀ ଟିଏସି ସିକ୍ୟୁରିଟି ସଲ୍ୟୁସନ ନାମରେ ପ୍ରସିଦ୍ଧ । ଯହା ଏକ ସାଇବର ସିକ୍ୟୁରିଟି କଂପାନୀ ଅଟେ । ଅଷ୍ଟମ ଫେଲ୍ ହେବା ପରେ ସେ ସ୍କୁଲ୍ ରୁ ଦୂରେଇ ଗଲେ । କିନ୍ତୁ ସେ ଦ୍ୱାଦଶ ଶ୍ରେଣୀ ଡିଷ୍ଟାନ୍ସ ଏକ୍ସ୍ୟୁକେସନ ଦ୍ୱାରା ପୁରା କଲେ । ଏବଂ ବିସିଏ ପୁରା କଲେ । କିନ୍ତୁ ଏହା ପୂର୍ବରୁ ସେ ନିଜର ଲକ୍ଷ୍ୟ ହାସଲ କରିସାରିଥିଲେ ।

ରିଲାଏନ୍ସ ମଧ୍ୟ ତାଙ୍କର କ୍ଲାଇଣ୍ଟ ସାଜିଛି –
ଯେତେବେଳେ ତ୍ରିଶନିତ୍ ଅରୋରା ୨୧ ବର୍ଷର ଥିଲେ ତ ସେ ନିଜର କଂପାନୀ ଆରମ୍ଭ କରିଥିଲେ । ତ୍ରିଶନିତ୍ ଏବେ ରିଲାଏନ୍ସ , ସିବିଆଇ , ପଂଜାବ ପୁଲିସ୍ , ଏଭନ ସାଇକେଲ୍ ଭଳି କଂପାନୀଗୁଡିକର ସାଇବର ସହ ଜଡିତ ସର୍ଭିସ ଦେଉଛନ୍ତି । ସେ ନିଜର ଅଭିଜ୍ଞତାକୁ ନେଇ ସାଇବର ହାକିଂ ଉପରେ ମଧ୍ୟ ବହି ଲେଖିଛନ୍ତି । ‘ହ୍ୟାକିଂ ଟ୍ରାକ୍ ୱିଥ୍ ତ୍ରିଶନିତ୍ ଅରୋରା’ ‘ଦ ହ୍ୟାକିଂ ଏରା’ ଏବଂ ‘ହ୍ୟାକିଂ ୱିଥ ସ୍ମାର୍ଟଫୋନ୍’ ଭଳି ପୁସ୍ତକ ସେ ଲେଖିଛନ୍ତି ।

ଭାରତର ତ୍ରିଶନିତଙ୍କର ୪ଟି ଅଫିସ୍ ଅଛି । ଏବଂ ଦୁବାଇରେ ମଧ୍ୟ ଏକ ଅଫିସ୍ ଅଛି । ପାଖାପାଖି ୪୦ ପ୍ରତିଶତ କ୍ଲାଇଂଟ୍ସ ଏହି ଅଫିସରୁ ହିଁ ଡିଲ୍ କରୁଛନ୍ତି । ସାରା ଦୁନିଆରେ ୫୦ ଫର୍ଚୁନ୍ ଓ ୫୦୦ କଂପାନୀ କ୍ଲାଇଣ୍ଟ ଅଛିନ୍ତି । ତ୍ରିଶନିତଙ୍କର ସ୍ୱପ୍ନ ସେ ବିଲିୟନ୍ ଡଲାରର ସିକ୍ୟୁରିଟି କଂପାନୀ ପ୍ରତିଷ୍ଠା କରିବେ । ଫୋର୍ବସ ଅନୁସାରେ , ଟିଏସି ଭାରତ ବ୍ୟତୀତ , ଦୁବାଇରେ ବି କାମ କରୁଛି ।
( ସୌଜନ୍ୟ- ଏନଡି ଟିଭି )