ପ୍ରଚଣ୍ଡ ଖରା ଯୋଗୁଁ ବଙ୍କା ହେଲା ରେଳଧାରଣା ! ଧାରଣାକୁ ଥଣ୍ଡା କରିବା ପାଇଁ ନିଆଗଲା ପତ୍ରର ସାହାରା

40

ଗ୍ରୀଷ୍ମର ଆରମ୍ଭରୁ ହୁଁ ତାତି ବଢ଼ିଯାଇଛି । କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ତାପମାତ୍ରା ବଢ଼ିବାରେ ଲାଗିଛି । ଚାରିଆଡ଼େ ପ୍ରଚଣ୍ଡ ଖରା ଯୋଗୁଁ ବାହାରକୁ ବାହାରିବା କଷ୍ଟ ହୋଇଯାଉଛି । ଏବେଠାରୁ ଅସମ୍ଭାଳ ହେଲାଣୀ ତାତି । ଆଗକୁ ଆହୁରି କଲବଲ କରିବ। ଘରୁ ବାହାରିବା ମୁସ୍କିଲ ହୋଇଯିବ। ଏହି ଅବସ୍ଥା ମହାରାଷ୍ଟ୍ରରେ ମଧ୍ୟ ରହିଛି । ରୌଦ୍ରତାପରୁ ରେଳଧାରଣା ମଧ୍ୟ ବାଦ ପଡିନାହାନ୍ତି । ମଙ୍ଗଳବାର ମୁମ୍ବାଇର ବଦଲାପୁର ଏବଂ ଅମ୍ବରନାଥ ଯିବା ରେଳଧାରଣାରେ ଲାଇନଗୁଡିକ ତାତି ଦାଉରୁ ବଙ୍କା ହୋଇଯିବା ଭଳି ଘଟଣା ନଜରକୁ ଆସିଛି ।

ରେଲୱେ କର୍ମଚାରୀଙ୍କ କହିବାନୁସାରେ ରେଳଧାରଣା ବଙ୍କା ହୋଇଯାଇଥିବାରୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ସେଠାରେ ଟ୍ରେନ ଅଟକି ରହିଥିଲା । କିଛି ସମୟ ପାଇଁ ଲାଇନକୁ ଥଣ୍ଡା କରିବା ପାଇଁ ରେଳଧାରଣା ଉପରେ ପତ୍ରକୁ ବିଛାଇ ଦିଆଗଲା । ସୂଚନାଯୋଗ୍ୟ ମଙ୍ଗଳବାର ଥାନେରେ ତାପମାନ ୩୬.୫ ସେଲସିୟସ ଥିଲା ଯାହାଦ୍ୱାରା ରେଳଧାରଣାପାଖାପାଖି ୪୦ ଡ୍ରିଗୀ ଡିଗ୍ରୀ ହେବାର ଅନୁମାନ କରାଯାଉଛି । ଫଳରେ ଲାଇନଗୁଡିକ ବଙ୍କା ହୋଇଯାଉଛି ।

ରେଲୱେ ଅଫିସର ଉପରୋକ୍ତ ସେକ୍ସନ କଣ୍ଟ୍ରୋଲର ଅଫିସରଙ୍କୁ ଏହି ଅସୁବିଧା ଉପରେ ଦୃଷ୍ଟି ଦେବାକୁ ଲିଖିତ ଭାବେ କହିଛନ୍ତି । ତୁରନ୍ତ ରେଳ ଲାଇନର ମରାମତି କାମ ଆରମ୍ଭ ନହେଲେ ଏହାଦ୍ୱାରା ବହୁ ଲୋକ ଅସୁବିଧାର ସମ୍ମୁଖୀନ ହେବେ । କେବଳ ସେତିକି ନୁହେଁ ବିଳମ୍ବ କଲେ ରେଳଧାରଣାର ଅବସ୍ଥା ଆହୁରି ବିଗିଡି ଯିବ । ଯେଉଁ ସମୟରେ ଆମେ ଭାରତରେ ବୁଲେଟ ଟ୍ରେନ ଚଳାଚଳକୁ ନେଇ ଆଶା ବାନ୍ଧିଛନ୍ତି । ସେତେବେଳେ ମୁମ୍ବାଇର ଏଭଳି ଦୃଶ୍ୟ ଏବଂ ଧାରଣାରେ ପତ୍ର ବିଛାଇବା ଘଟଣା ଏକ ହାସ୍ୟାସ୍ପଦ ଖବରର ସୁଚନା ଦେଉଛି ।