ଆଇପିଏଲ ଟେନ ମୁକାବିଲା : ଦିଲ୍ଲୀକୁ ଶୋଚନୀୟ ଭାବେ ୧୪୬ରନରେ ହରାଇ ପ୍ଲେଅପରେ ପଶିଲା ମୁମ୍ବାଇ ଇଣ୍ଡିଆନ୍ସ

30

କନକ ବ୍ୟୁରୋ : ଆଇପିଏଲରେ ଶନିବାର ଦିଲ୍ଲୀ ଡେୟାର ଡେଭିଲ୍ସକୁ ଶୋଚନୀୟ ଭାବେ ୧୪୬ ରନରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅପରେ ପ୍ରଥମ ଦଳ ଭାବେ ଏଂଟ୍ରି କରିଛି । ୪୩ ବଲରେ ୬୬ ରନ କରିଥିବା ଲେଣ୍ଡଲ ସେମନ୍ସ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୩ ୱିକେଟ ହରାଇ କରିଥିଲା ୨୧୨ ରନ ।

ଦିଲ୍ଲୀ ୨୧୩ରନର ବିଜୟ ଲକ୍ଷ୍ୟକୁ ଚେଜ କରିବାକୁ ଯାଇ ମାତ୍ର ୬୬ ରନରେ ଅଲ ଆଉଟ ହୋଇଯାଇଥିଲା । ସେପଟେ ଆଇପିଏଲର ଆଉ ଏକ ମ୍ୟାଚରେ ଗତବର୍ଷର ବିଜେତା ସନରାଇଜର୍ସ ହାଇଦ୍ରାବାଦକୁ ୧୨ ରନରେ ରୋମାଂଚକ ଭାବେ ପରାସ୍ତ କରିଛି ପୁନେ ସୁପରଜିଆଂଟ । ଶେଷ ଓଭରରେ ବିଜୟ ପାଇଁ ହାଇଦ୍ରାବାଦକୁ ୧୩ ରନ ଦରକାର ଥିଲା ବେଳେ ଜୟଦେବ ଉନାଦକତ ହ୍ୟାଟ୍ରିକ ୱିକେଟ୍ ଅର୍ଜନ କରି ଦଳକୁ ବିଜୟ ଭେଟିଦେଥିଲେ ।