ପ୍ରଥମ ସନ୍ତାନ ଝିଅ ହେଲେ ମିଳିବ ୫୦୦୦ ଟଙ୍କା ! ଜାଣନ୍ତୁ କେଉଁଠି ମିଳିବ ଏହି ଯୋଜନାର ଲାଭ ?

48

ବେଟି ବଚାଓ, ବେଟି ପଢ଼ାଓ ଯୋଜନା ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ୟ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି । ଏହି ଯୋଜନା କେନ୍ଦ୍ର ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ଯୋଜନା ଅଟେ । ତେବେ କେବଳ ସରକାରଙ୍କ ବ୍ୟତୀତ ଲୋକମାନେ ତଥା ଅନେକ ସରକାରୀ ଓ ବେସରକାରୀ ବିଭାଗ ସଚେତନ ହେଉଛନ୍ତି । ଏବଂ ଏହି ଯୋଜନା କିପରି ସଫଳ ହୋଇପାରିବ ସେନେଇ ଚେଷ୍ଟାରତ ଅଛନ୍ତି ।

ବେଟି ବଚାଓ, ବେଟି ପଢ଼ାଓ ଅଭିଯାନକୁ ଉତ୍ସାହିତ କରିବା ପାଇଁ ମୁମ୍ବାଇ ପୋଲିସ୍ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ପ୍ରଥମ ଥର ପାଇଁ ମା’ ହେଉଥିବା ମହିଳା ପୋଲିସ ଅଫିସରଙ୍କୁ ଝିଅ ଜନ୍ମ ହେଲେ ୫୦୦୦ ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇ ପୋଲିସ ନିଜର ନିଆରା ଅଭିଯାନକୁ ନେଇ ଏବେ ଚର୍ଚ୍ଚାରେ ରୁହନ୍ତି । ମୁମ୍ବାଇ ପୋଲିସର ଏଭଳି ପ୍ରୟାସ ଯୋଗୁଁ ସବୁଆଡ଼ୁ ପ୍ରଶଂସାରୁ ସୁଅ ଛୁଟୁଛି ।

ମହାରାଷ୍ଟ୍ରର ଡିଜିପି ସତୀଶ ମାଥୁର ସମୃଦ୍ଧ ଭାରତ ଅନୁଦାନ ଯୋଜନାର ଘୋଷଣା କରିଛନ୍ତି । ଏହା ବ୍ୟତୀତ ପୁଲିସ ବିଭାଗ ବିଶେଷ ଭତ୍ତା ମଧ୍ୟ ଦେବ । ତେବେ ଏହି ସୁଯୋଗର ଲାଭ ଉଠାଇବା ପାଇଁ ମହିଳା ଅଫିସରଙ୍କୁ ନାଗପାଡ଼ା ପୋଲିସ ଷ୍ଟେସନରୁ ପ୍ରଥମ ଥର ପାଇଁ ମା’ ହେବାର ପ୍ରମାଣପତ୍ର ନେବାକୁ ପଡ଼ିବ । ଶିଶୁକନ୍ୟା ପରେ ଅଧକାରୀଙ୍କୁ ଜନ୍ମ ପ୍ରମାଣପତ୍ର ସହ ନବଜାତର ମଡ଼ିକାଲ ସାର୍ଟିଫିକେଟ୍ ଆବେଦନ ପତ୍ର ସହ ଜମା କରିବା ପାଇଁ ପଡ଼ିବ । ଏସବୁ ପରେ ହିଁ ସେମାନେ ଯୋଜନାର ଲାଭ ଉଠାଇପାରିବେ ।