ବିକ୍ରି ହେଲେ ଯୁବରାଜ ସିଂହ ! ୧ କୋଟି ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ ।

1,046

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟରେ ଅଲୋଡା ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ, ୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂହଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଯୁବରାଜ ସିଂହଙ୍କର ବେସ୍ ପ୍ରାଇସ ୧ କୋଟି ଟଙ୍କା ଥିବା ବେଳେ ପ୍ରଥମ ଡାକରେ ୧ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ ଯୁବରାଜଙ୍କୁ କିଣିନେଇଛି । ପ୍ରଥମ ପର୍ଯ୍ୟାୟରେ ଯୁବରାଜଙ୍କୁ କେହି କିଣିନଥିଲେ । ଏହା ପରେ ତାଙ୍କ ପ୍ରଂଶସକ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା ।

ତେବେ ମୁମ୍ବାଇ ତାଙ୍କୁ କିଣିବା ପରେ ପୁଣି ଥରେ ସୋସିଆଲ ମିଡିଆରେ ଯୁବରାଜଙ୍କୁ ନେଇ ପୁଣି ଚର୍ଚ୍ଚା । ଭାରତକୁ ୨୦୧୧ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ ଯୁବରାଜ ସିଂହ । ଏହି ବଡ ଟୁର୍ଣ୍ଣାମେଣ୍ଟର ସିଏ ଥିଲେ ମ୍ୟାନ ଅଫ୍ ଦ ସିରିଜ୍ । ଆଇପିଏଲରେ ମଧ୍ୟ ଯୁବରାଜଙ୍କର ଅନେକ ରେକର୍ଡ ରହିଛି । ତେବେ ପ୍ରଥମ ଥର ପାଇଁ ଯୁବରାଜ ସିଂହଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ଦେଖିବାକୁ ମିଳିବ । 

Comments are closed.