ମୁମ୍ବାଇ ଇଣ୍ଡିଆନ୍ସର ଚାମ୍ପିୟନ ଯାତ୍ରା ! ଚଳିତ ସିଜିନରେ ୪ ଥର ଚେନ୍ନାଇକୁ କଲା ଚିତ୍, ଜାଣନ୍ତୁ କେଉଁ ଟିମ ବିପକ୍ଷରେ ମୁଣ୍ଡ ନୁଆଁଇଥିଲା ଚାମ୍ପିୟନ ମୁମ୍ବାଇ ।

397

ଫାଇନାଲ ମ୍ୟାଚର ରୋମାଞ୍ଚକର ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ୧ ରନରେ ମାତ୍ ଦେଇ ଚଳିତ ଆଇପିଏଲରେ ଚାମ୍ପିୟନ ତାଜ୍ ପିନ୍ଧିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାସହ ୪ ଥର ଆଇପିଏଲ ଟ୍ରଫି ବିଜୟୀ ହେବାର ରେକର୍ଡ ହାସଲ କରିଛି ରୋହିତ ବାହିନୀ । ଏହାସହ ନିଜ ନାଁରେ ଏକ ନୂଆ ରେକର୍ଡ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ଗୋଟିଏ ସିଜିନରେ କୌଣସି ଟିମ୍ ବିପକ୍ଷରେ ସର୍ବାଧିକ ମ୍ୟାଚ୍ ଜିତିବାରେ ଦ୍ୱତୀୟ ଟିମ୍ ଭାବେ ଉଭା ହୋଇଛି । ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଖେଳିଥିବା ସମସ୍ତ ୪ଟି ମ୍ୟାଚରେ ବାଜି ମାରିଛି । ଆଇପିଏଲ ଇତିହାସରେ ଏଭଳି ଘଟଣା ଦ୍ୱିତୀୟ ଥର ପାଇଁ ଦେଖିବାକୁ ମିଳିଛି । ଏହାପୂର୍ବରୁ ୨୦୧୮ରେ ଚେନ୍ନାଇ ଫାଇନାଲ ସମେତ ହାଇଦ୍ରାବାଦ୍ ବିପକ୍ଷରେ ସମସ୍ତ ମ୍ୟାଚ୍ ଜିତିବାର ରେକର୍ଡ ହାସଲ କରିଥିଲା ।

ଲିଗ୍ ପର୍ଯ୍ୟାୟର ୨ଟି ମ୍ୟାଚ ସହ କ୍ୱାଲିଫାୟର ଓ ଫାଇନାଲ ମ୍ୟାଚରେ ଚେନ୍ନାଇକୁ ମାତ୍ ଦେଇ ମୁମ୍ବାଇ ଆଇପିଏଲ ଚାମ୍ପିୟନ ତାଜ୍ ହାସଲ କରିଛି ।

ମୁମ୍ବାଇ ଇଣ୍ଡିଆନ୍ସର ଆଇପିଏଲ ୨୦୧୯ ଯାତ୍ରା :
– ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ : ୩୭ ରନରେ ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ ଆରସିବି : ୬ ରନରେ ମୁମ୍ବାଇ ବିଜୟୀ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ କିଙ୍ଗସ ଏକାଦଶ ପଞ୍ଜାବ : ୮ ୱିକେଟରୁ ମୁମ୍ବାଇକୁ ମାତ୍ ଦେଲା ପଞ୍ଜାବ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗସ : ୩୭ ରନରେ ମୁମ୍ବାଇ ବିଜୟୀ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇର୍ଜସ ହାଇଦ୍ରାବାଦ : ୪୦ ରନରେ ମୁମ୍ବାଇ ବିଜୟୀ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ କିଙ୍ଗସ ଏକାଦଶ ପଞ୍ଜାବ : ୩ ୱିକେଟରେ ବାଜି ମାରିଲା ମୁମ୍ବାଇ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ : ୪ ୱିକେଟରେ ରାଜସ୍ଥାନ ବିଜୟୀ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ ଆରସିବି : ୫ୱିକେଟରେ ମୁମ୍ବାଇ ବିଜୟୀ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ : ୪୦ ରନରେ ମୁମ୍ବାଇ ବିଜୟୀ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥ୍ାନ ରୟାଲ୍ସ : ୫ ୱିକେଟରେ ରାଜସ୍ଥ୍ାନ ବିଜୟୀ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗସ : ୪୬ ରନରେ ମୁମ୍ବାଇ ବିଜୟୀ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ ରାଇଡର୍ସ : ୩୪ ରନରେ ହାରିଲା କୋଲକାତା
– ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇର୍ଜସ ହାଇଦ୍ରାବାଦ : ସୁପର ଓଭରରେ ହାଇଦ୍ରାବାଦକୁ ମାତ୍ ଦେଲା ମୁମ୍ବାଇ
– ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ ରାଇଡର୍ସ : ୯ ୱିକେଟରେ ବାଜି ମାରିଲା ମୁମ୍ବାଇ
– କ୍ୱାଲିଫାୟର : ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗସ : ଚେନ୍ନାଇକୁ ୬ ୱିକେଟରେ ହରାଇ ଫାଇନାଲରେ ମୁମ୍ବାଇ
– ଫାଇନାଲ : ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗସ : ରୋମାଞ୍ଚକର ମୁକାବିଲାରେ ୧ ରନରେ ମାତ୍ ଦେଇ ଆଇପିଏଲ ଟ୍ରଫି ହାତେଇଲା ମୁମ୍ବାଇ