ଦୁଇ ମତ୍ସ୍ୟଜୀବିଙ୍କ ଭାଗ୍ୟ ବଦଳାଇଦେଲା ମାଛ : ଗୋଟିଏ ମାଛ ବିକ୍ରି କରି ବନିଲେ ଲକ୍ଷପତି

47

ଯଦି ଆପଣଙ୍କୁ କୈାଣସି ଏକ ମାଛର ମୂଲ୍ୟ ପଚରାଯାଏ ତେବେ ଆପଣ ଅଧିକରୁ ଅଧିକ ହଜାରରେ ଦାମ କହିବେ । ମହାରାଷ୍ଟ୍ରର ପାଲଘରରେ ଏକ ମାଛର ମୂଲ୍ୟ ଏତେ ଯେ, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଠି ଗୋଟିଏ ମାଛ ସାଢ଼େ ପାଂଚ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ପାଲଘରରେ ଘୋଲ ମାଛର ରେକର୍ଡ ମୂଲ୍ୟ ମିଳିଛି । ଘୋଲ ମାଛର ଫୁସଫୁସ୍ ଓ ଚର୍ମର ବ୍ୟବହାର ଔଷଧ ଓ କସ୍ମେଟିକ୍ ପ୍ରସ୍ତୁତ କରାଯାଇଥାଏ । ମହେଶ ଓ ଭରତ ଏହି ଦୁଇ ମତ୍ସଜୀବି ଏହି ଘୋଲ ମାଛକୁ ଧରିଥିଲେ ।

ସୂଚନାଯୋଗ୍ୟ, ଏହି ମାଛର ଓଜନ ୩୦ କିଲୋ । ଦୁଇ ଜଣ ମତ୍ସଜୀବି ଏହି ମାଛକୁ ପାଲଘର ମାଛ ମାର୍କେଟରେ ଏହାକୁ ବିକ୍ରିି କରିବାକୁ ପହଂଚିଥିଲେ । ଆରମ୍ଭରୁ ହିଁ ଦୁହେଁ ଏହାର ଅଧକ ମୂଲ୍ୟ ଲଗାଇଥିଲେ । ଦେଖୁ ଦେଖୁ ଏହି ଖବର ପୁରା ମାର୍କେଟରେ ବ୍ୟାପିଗଲା ଓ ଶେଷରେ ଏହାର ମୂଲ୍ୟ ସାଢ଼େ ୫ ଲକ୍ଷ ଟଙ୍କା ନିର୍ଦ୍ଧାରଣ କରାଗଲା । ଘୋଲ ମାଛର ଶରୀରର ପୁରା ଭାଗ ଔଷଧ ପାଇଁ ବ୍ୟବହାର କରାଯାଏ ।

ପୂର୍ବ ଏସିଆରେ ଏହି ମାଛରୁ ବହୁଳ ପରିମାଣରେ ଔଷଧ ତିଆରି ହୁଏ । ଘୋଲ ମାଛର ଚର୍ମରୁ କୋଲାଜମ ମିଳେ, ଯାହାର ବ୍ୟବହାର ମହଙ୍ଗା କସ୍ମେଟିକ୍ ସାମଗ୍ରୀ ପାଇଁ ହୋଇଥାଏ । ଏହା ସହିତ ଅପରେସନ ସମୟରେ ବ୍ୟବହାର କରାଯାଉଥିବା ଘୁଳନଶୀଳ ଷ୍ଟିଚ୍ ପ୍ରସ୍ତୁତ କରିବାରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ । ଭାରତରେ ଘୋଲ ମାଛ ଧରି ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆ, ହଙ୍ଗକଙ୍ଗ ଓ ଜାପାନ ପଠାଯାଏ ।