ମୁମ୍ବାଇ : ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୧୨ ମୃତ

26

କନକ ବ୍ୟୁରୋ : ମୁମ୍ବାଇର ସାକିନାକା ଅଂଚଳରେ ଏକ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଏବଂ ୪ ଜଣ ବ୍ୟକ୍ତି ଗୁରୁତର ଅଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ଦୋକାନର ସାମ୍ନା ପଟ ଭାଗ ଢ଼ଳିଯାଇଛି । ରାତି ପ୍ରାୟ ୪ ଟା ୨୫ ମିନିଟ୍ ସମୟରେ ଖୈରାନି ରୋଡର ମକାରିଆ ପରିସରରେ ଥିବା ଦୋକାନରେ ନିଆଁ ଲାଗିବା ଫଳରେ ଦୋକାନ ଘର ଭାଙ୍ଗି ପଡ଼ିଥିବା କଥା ବୃହନମୁମ୍ବାଇ ମ୍ୟୁନିସପାଲ୍ କର୍ପୋରେସନ୍ର ଡିଜାଷ୍ଟର୍ ମ୍ୟାନେଜ୍ମେଣ୍ଟ୍ ସେଲ୍ କହିଛି ।

ସାକିନାକା ଥାନାର ସିନିଅର୍ ସବ୍ଇନ୍ପେକ୍ଟର୍ ଏ ଧର୍ମଅଧିକାରୀ କହନ୍ତି, ନିଆଁ ଲିଭାଇବାକୁ ପ୍ରାୟ ୨୫ଟି ଦମକଳ ମୁତୟନ କରାଯାଇଥିଲା । ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ। ଦୋକାନ ଭିତରେ ଶୋଇଥିବା ଲୋକେ ପ୍ରାଣ ହରାଇଥିବାବେଳେ ଦୋକାନ ବାହାରେ ଶୋଇଥିବା ଲୋକେ ରକ୍ଷା ପାଇ ଯାଇଛନ୍ତି । ୧୨ ଜଣ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେମାନଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ କହିଛନ୍ତି।ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି ।