ମୁମ୍ବାଇ ଦଳାଚକଟା ମୃତ୍ୟୁ ପାଇଁ ଦାୟୀ କିଏ? ଦୁର୍ଘଟଣା ପରେ ତଦନ୍ତ ଆରମ୍ଭ

28

କନକ ବ୍ୟୁରୋ : ମୁମ୍ବାଇ ଏଲଫିନଷ୍ଟେନ ଷ୍ଟେସନ ଦଳାଚକଟା ଘଟଣାର ତଦନ୍ତ ଆରମ୍ଭ । ତଦନ୍ତ ଆରମ୍ଭ କଲା ରେଳ ବିଭାଗ । ସେପଟେ ଆଜି ରେଳବାଇ ବୋର୍ଡର ବୈଠକ ଡାକିଛନ୍ତିରେଳ ମନ୍ତ୍ରୀ ପୀpiyush-video-305_092917040627ୟୁଶ ଗୋଏଲ୍ । ପୂବାହ୍ନ ୧୧ଟାରେ ବସିବ ବୈଠକ । କାହିଁକି ବାରମ୍ବାର ଏଭିଳି ଦୁର୍ଘଟଣା ଘଟୁଛି ବୈଠକରେ ତାର କାରଣ ଖୋଜାଯିବ । ସାରା ଦେଶ ଦଶହରା ପୂଜା ପାଇଁ ଉତ୍ସବ ମୁଖର ଥିବାବେଳେ ଗତକାଲି ମୁମ୍ବାଇ ପରେଲ –ଏଲଫିନଷ୍ଟେନ ଷ୍ଟେସନରୁ ଆସିଥିଲା ଏକ ଦୁଃଖଦ ଖବର । ଯାହା ସାରା ଦେଶକୁ ବିବ୍ରତ କରିଛି । ଏହି ଷ୍ଟେସନରେ ଦଳାଚକଟା ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି । ପୀଡ଼ିତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ।

ଟ୍ରେନ୍ ସେବାକୁ ମୁମ୍ବାଇର ଜୀବନରେଖା ବୋଲି କୁହାଯାଏ । ପ୍ରାୟ ୩ ହଜାର ଲୋକାଲ୍ ଟ୍ରେନ୍ରେ ଯାତ୍ରା କରନ୍ତି ପାଖାପାଖି ୭୫ ଲକ୍ଷ ଯାତ୍ରୀ । କିନ୍ତୁ ଶୁକ୍ରବାର ଦିନ ଏଲଫିନଷ୍ଟେନ୍ ଷ୍ଟେସନ୍ରେ ଘଟିଥିବା ଅଘଟଣ, ନିଶ୍ଚିତ ଭାବରେ ଯାତ୍ରୀଙ୍କ ସୁରକ୍ଷା ନେଇ ସୃଷ୍ଟି କରିଛି ଏକ ବଡ ପ୍ରଶ୍ନବାଚୀ । ତେବେ କେମତି ଘଟିଥିଲା ଏହି ଦଳଚକଟା ? କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ୨୨ ଜଣ ବ୍ୟକ୍ତି ।