ହ୍ୱାଟ୍ସଆପରେ ମୋଦିଙ୍କୁ ସମାଲୋଚନା ପଡିଲା ମହଙ୍ଗା ! ଚାକିରିରୁ ନିଲମ୍ବିତ ହେଲେ କନେଷ୍ଟବଳ
କନକ ବ୍ୟୁରୋ : ହ୍ୱାଟ୍ସଆପରେ ମୋଦିଙ୍କୁ ସମାଲୋଚନା ମହଙ୍ଗା ପଡିଲା କନେଷ୍ଟବଳଙ୍କୁ । ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରି ଚାକିରିରୁ ନିଲମ୍ବିତ ହୋଇଛନ୍ତି ମହାରାଷ୍ଟ୍ରର ରମେଶ ସିନ୍ଦେ । ଅହମ୍ମଦ ନଗର ଜିଲ୍ଲା ପୁଲିସରେ କନେଷ୍ଟବଳ ଥିବା ରମେଶଙ୍କୁ ନିଲମ୍ବିତ କରିଛନ୍ତି ଏସପି । ରମେଶ ର୍ପୂବତନ ମନ୍ତ୍ରୀ ତଥା କଂଗ୍ରେସ୍ ଏମଏଲଏ ବାଲାସାହେବ ଥୋରାଟେଙ୍କ ସୁରକ୍ଷାକର୍ମୀ ଭାବରେ ନିଯୁକ୍ତ ଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁସାରେ, ରମେଶ ସିନ୍ଦେ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏକ ଆପତ୍ତି ଜନକ ମେସେଜ୍ ଦେଇଥିଲେ । ଅଭିଯୋଗ ପାଇବା ପରେ ଏସପି ତୁରନ୍ତ ରମେଶଙ୍କୁ ସସପେଣ୍ଡ କରିଦେଇଛନ୍ତି । ଅନ୍ୟପଟେ ଅହମଦ ନଗର ଏସପି ରଂଜନ କୁମାରଙ୍କ କହିବା ଅନୁଯାୟୀ ରମେଶଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ଆସିଛି ।
ଏସପିଙ୍କ କହିବା ଅନୁଯାୟୀ, ୧୦ ଦିନ ପୂର୍ବରୁ ରମେଶ ଏକ ହ୍ୱାଟସଗ୍ରୁପରେ ମୋଦିଙ୍କୁ ବ୍ୟଙ୍ଗ କରି ମେସେଜ୍ କରିଥିଲେ । ମୋଦିଙ୍କୁ ମିଛୁଆ ବୋଲି କହିଥିଲେ ରମେଶ । ଏହି ମେସେଜ୍ ପରେ ହ୍ୱାଟସଆପ୍ ଗ୍ରୁପରେ ଥିବା ଅନ୍ୟ ସଦସ୍ୟ ପୁଲିସ ନିକଟରେ ଅଭିଯୋଗ କରିଥିଲେ । କେବଳ ଆପତ୍ତିଜନକ ମେସେଜ୍ ନୁହେଁ ରମେଶ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରନ୍ତି । ତେଣୁ ଉଭୟ ମାମଲା ପାଇଁ ରମେଶଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।