ପକ୍ଷାଘାତ ରୋଗରେ ପୀଡିତ ସ୍ତ୍ରୀ ! ପରିବାରର ପ୍ରତିପୋଷଶ ପାଇଁ ପିଲାକୁ କୋଳରେଧରି ଅଟୋ ଚଳାଉଛନ୍ତି ସ୍ୱାମୀ

32

ମୁମ୍ବାଇର ବର୍ସୋବରେ ରହୁଥିବା ଜଣେ ଡ୍ରାଇଭର୍‌ ନିଜ ଦୁଇ ବର୍ଷର ପିଲାକୁ କୋଳରେ ଧରି ଚଲାଉଛନ୍ତି ଅଟୋରିକ୍ସû । କାରଣ ସ୍ତ୍ରୀ ପକ୍ଷାଘାତ ପକ୍ଷାଘାତ ରୋଗରେ ପୀଡିତ । ଏଥିପାଇଁ ସେ ତାଙ୍କର ଦୁଇ ବର୍ଷର ପିଲାକୁ କୋଳରେ ଧରି ଅଟୋ ଚଳାଇବାକୁ ବାଧ୍ୟ ହେଉଛନ୍ତି । ତାଙ୍କର ଏକ ଫଟୋ ଏବେ ଭାଇରାଲ୍‌ ହୋଇଛି ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଲୋକ ଆଗକୁ ଆସିଥିବା ସୂଚନା ମିଳିଛି ।

ଅଟୋ ଡ୍ରାଇଭର ଜଣକ ହେଲେ ମହମ୍ମଦ ସଇଦ । ଦୁଇ ସପ୍ତାହ ପୂର୍ବରୁ ତାଙ୍କ ସ୍ତ୍ରୀ ରୋଗରେ ପଡିଥିଲେ । । ଏବେ ସଇଦ ନିଜେ ତାଙ୍କ ସ୍ତ୍ରୀ ଓ ପିଲାର ଦେଖାଶୁଣା କରୁଛନ୍ତି । ଏହାସହ ସଇଦଙ୍କ ତିନିମାସର ଏକ ଝିଅ ମଧ୍ୟ ଅଛି, ଯାହାର ଦାୟିତ୍ୱ ତାଙ୍କ ପଡୋଶୀ ନେଇଥାନ୍ତି । ସଇଦ ତାଙ୍କ ଦୁଃଖ ବର୍ଣ୍ଣନା କରି କହିଛନ୍ତି ଅନେକ ଥର ଯାତ୍ରୀ ତାଙ୍କ କୋଳରେ ପିଲାକୁ ଦେଖି ଅଟୋରେ ଛଢିବା ପାଇଁ ମନା କରି ଦିଅନ୍ତି । ଏଥିପାଇଁ ତାଙ୍କୁ ଅନେକ ଥର ଭୋକିଲା ମଧ୍ୟ ଶୋଇବା ପାଇଁ ପଡିଛି ।

ସଇଦଙ୍କ ଏହି ଦୁଃଖଭରା କାହାଣୀ ସେତେବେଳେ ଲୋକଙ୍କ ପାକରେ ପହଞ୍ଚିଥିଲା ଯେେତେବେଳେ ସିନେ ନିର୍ଦ୍ଦେଶକ ତଥା ପତ୍ରକାର ବିନୋଦ କାପଡି ସଇଦଙ୍କ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ସାହାଯ୍ୟ ପାଇଁ ଅପିଲ କରିଥିଲେ। ଯାହାପରେ ସମସ୍ତେ ସଇଦଙ୍କ କାହାଣୀ ଜାଣି ପାରିଥିଲେ । ଏହି ଘଟଣା ଜଣାପଡିବା ପରେ ସଇଦଙ୍କୁ କିଛି ଲୋକଙ୍କ ଓ ବହୁଗୁଡିଏ ଏନ୍‌ଜିଓ ସାହାଯ୍ୟ ପାଇଁ ହାତ ବଢାଇଛନ୍ତି । ଏହାସହ ଜଣେ ଡାକ୍ତର ତାଙ୍କ ସ୍ତ୍ରୀର ଚିକିତ୍ସା ପାଇଁ କହିଛନ୍ତି ।

                                    ସୌଜନ୍ୟ-ଆଜତକ୍