ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୂଲାୟମ୍ ସିଂହ ଯାଦବ ଅସୁସ୍ଥ । ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ।

206

କନକ ବ୍ୟୁରୋ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଅସୁସ୍ଥ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଲୋହିୟା ଇନଷ୍ଟିଚ୍ୟୁଟରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମୁଲାୟମଙ୍କ ଚିକିତ୍ସା କରୁଥିବା ଡାକ୍ଟର ଭୁବନ ଚନ୍ଦ୍ର ତିୱାରୀଙ୍କ କହିବା ମୁତାବକ୍, ଅତ୍ୟଧିକ ସୁଗାର ପରିମାଣ ବଢିବାରୁ ମୁଲାୟମ୍ ଅସୁସ୍ଥ ହୋଇପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୁଲାୟମ୍ ସିଂହ ଯାଦବ ହାଇପର୍ ଗ୍ଲାଇସିମିୟା ଏବଂ ହାଇପର୍ ଡାଇବେଟିସ୍ ରୋଗରେ ପୀଡିତ ଅଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟ ଅସୁସ୍ଥ ହେବାରୁ ମୁଲାୟମଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।